ଗିରଫ ହେଲା ଠକ ମୌଲବୀ କୈଫି ଖାନ୍ର ଆଉ ଜଣେ ସହଯୋଗୀ
କଟକ: ଠକ ମୌଲବୀ କୈଫି ଖାନ ଗିରଫ ମାମଲା। କୈଫିର ଅନ୍ୟ ଜଣେ ସହଯୋଗୀକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ କେଶରପୁର ଅଞ୍ଚଳର ମହମ୍ମଦ ଆଶାଫାକ।ସୂଚନାଥାଉକି, ଠକ ମୌଲବୀ କୈଫି ଖାନ ଏବଂ ଏହାର ସହଯୋଗୀମାନେ ଘରୁ ପ୍ରେତାତ୍ମା ଛଡାଇବା ଓ ପୋତାଧନ ବାହାର କରିବା ଆଳରେ ରାଣୀହାଟ ଜଣେ ମହିଳାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଲୁଟିଥିଲେ । ଆଉ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ଠକ କୌଫି ଖାନକୁ ଗିରଫ ମଧ୍ୟ କରିଥିଲା।
କଟକ: ଠକ ମୌଲବୀ କୈଫି ଖାନ ଗିରଫ ମାମଲା। କୈଫିର ଅନ୍ୟ ଜଣେ ସହଯୋଗୀକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ କେଶରପୁର ଅଞ୍ଚଳର ମହମ୍ମଦ ଆଶାଫାକ।
ସୂଚନାଥାଉକି, ଠକ ମୌଲବୀ କୈଫି ଖାନ ଏବଂ ଏହାର ସହଯୋଗୀମାନେ ଘରୁ ପ୍ରେତାତ୍ମା ଛଡାଇବା ଓ ପୋତାଧନ ବାହାର କରିବା ଆଳରେ ରାଣୀହାଟ ଜଣେ ମହିଳାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଲୁଟିଥିଲେ । ଆଉ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ଠକ କୌଫି ଖାନକୁ ଗିରଫ ମଧ୍ୟ କରିଥିଲା।