Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା।

Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଅବସରରେ ସେ କହିଛନ୍ତି, ୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ। କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା। ଏହି ପଲିସି କାହାରିକୁ ଚାକିରି ନ ଦେବା ସଙ୍ଗେ ସମାନ। ଏଥିରେ କାହାରିକୁ ଚାକିରି ନ ମିଳୁ ସେପରି ସ୍ଥିତି ତିଆରି ହେଲା। ସେଥିରେ ଯେଉଁ ପଏଣ୍ଟ ରହିଲା, ଆଉ କେହି ଚାକିରି ପାଇଲେ ନାହିଁ।

ସବୁଠାରୁ ବଡ଼ କଥା ହେଲା, ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୨୦୨୦ ନିୟମ ଅନୁସାରେ ପକାଇଲେ। ଫଳରେ କେହି ଚାକିରି ପାଇଲେ ନାହିଁ। ଯେଉଁମାନେ ଚାକିରି ପାଇଁ ଆବେଦନ କଲେ, ସେମାନଙ୍କ ବିରୋଧରେ କେସ ଲଢ଼ାଗଲା। ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ। କିଛି ଦିନ ତଳେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକରେ ବାକ ବିତଣ୍ଡା ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ।

ଯଦି ଆମେ ଚାକିରି ଦେଇ ନ ପାରିବା ଗୋଲଡେନ ହ୍ୟାଣ୍ଡସେକ ପରି ୩୦ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରି ପାରିବା। ସରକାର ଏମିତି ବିଚାରବିମର୍ଶ କରୁଥିବା ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ଆଇନ ମନ୍ତ୍ରୀ। ଆମ ବ୍ୟବସ୍ଥା କର୍ମଚାରୀ ଅନୁକୂଳ ହେବ ଏକଥାର ଗ୍ୟାରେଣ୍ଟି ଦେଉଛି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।