ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଦାବିଗୁଡିକ ମଧ୍ୟରେ ଧାନ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାର ସମାଧାନ କରି କଟନୀଛଟନୀ ବନ୍ଦ କରିବା, ଛତ୍ରପୁରଠାରେ ଥିବା ନେତାଜୀଙ୍କ ବିକୃତ ପ୍ରତିମୂର୍ତ୍ତୀର ପରିବର୍ତ୍ତନ ସହିତ ମୃତ୍ୟୁ ତାରିଖ ହଟାଇବା, ଚିକିଟି ମଦ ଘଟଣାର ତଦନ୍ତକୁ କ୍ରିୟାଶୀଳ କରିବା ସହିତ ପୀଡିତଙ୍କୁ କ୍ଷତିପୂରଣ […] The post ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର appeared first on Dharitri Odia News.

ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଦାବିଗୁଡିକ ମଧ୍ୟରେ ଧାନ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାର ସମାଧାନ କରି କଟନୀଛଟନୀ ବନ୍ଦ କରିବା, ଛତ୍ରପୁରଠାରେ ଥିବା ନେତାଜୀଙ୍କ ବିକୃତ ପ୍ରତିମୂର୍ତ୍ତୀର ପରିବର୍ତ୍ତନ ସହିତ ମୃତ୍ୟୁ ତାରିଖ ହଟାଇବା, ଚିକିଟି ମଦ ଘଟଣାର ତଦନ୍ତକୁ କ୍ରିୟାଶୀଳ କରିବା ସହିତ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ଓ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ,ଗଞ୍ଜାମ ଜିଲାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳାର ସୁଧାର ଆଣିବା ପାଇଁ ଅଧିକ ଥାନା ଖୋଲିବା ଓ ଆବଶ୍ୟକ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ ନିୟମିତ ପାଟ୍ରୋଲିଂ କରିବା, ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗଞ୍ଜାମ ଜିଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା,ଏସପି ଭିଜିଲାନ୍ସ ବ୍ରହ୍ମପୁର କାର୍ଯ୍ୟାଳୟରେ ବିଗତ ୧୦ ବର୍ଷ ବର୍ଷ ମଧ୍ୟରେ ଦୁର୍ନୀତିର ତଦନ୍ତ ପାଇଁ କେତେ ଅଭିଯୋଗ ହୋଇଛି, କେତେ ତଦନ୍ତ ହୋଇଛି ଏବଂ କେତେ ତଦନ୍ତ ନ ହୋଇ ଫାଇଲ ଭିତରେ ବନ୍ଧା ହୋଇ ପଡିଛି ତାର ସମୀକ୍ଷା କରିବା ରହିଛି I

The post ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର appeared first on Dharitri Odia News.