ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ
ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି। ଅପର ପକ୍ଷରେ ରବିବାର ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବାବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ରବିବାର ପ୍ରାୟ ୪.୩୫ମିନିଟ ସମୟରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ […] The post ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ appeared first on Dharitri Odia News.
ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି। ଅପର ପକ୍ଷରେ ରବିବାର ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବାବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ରବିବାର ପ୍ରାୟ ୪.୩୫ମିନିଟ ସମୟରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ହୋଇଥିଲା। ପ୍ରାୟ ରାତି ୮.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ରାତି ୧୧.୨୪ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବସି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ହେଲା। ଅର୍ଥାତ ରାତି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପରେ ମହାପ୍ରସାଦ ବାହାରିଥିଲା। ବିଳମ୍ବିତ ରାତି କାରଣରୁ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ପରେ ରାତି ୨.୦୮ରେ ସନ୍ଧ୍ୟାଧୂପ ପୂଜା ଶେଷ ହୋଇ ରାତି ୩.୦୮ରେ ଚନ୍ଦନଲାଗି ବେଶ ପରେ ଭୋର ୪.୧୨ରେ ବଡସିଂହାର ବେଶ ସମ୍ପଣର୍ନ ହୋଇ ନୀତି ବନ୍ଦ ରହିଲା। ତେବେ ମହାସ୍ନାନ ପୂଜା ପରେ ପ୍ରାୟ ତିନିଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବିଳମ୍ବରେ ଅନୁଷ୍ଠିତ ହେବାରୁ ମହାପ୍ରସାଦ ପାଇବାରୁ ଅନେକ ଭକ୍ତ ବଞ୍ଚିତ ହୋଇଥିବା ଜଣାପଡିଛି।
The post ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ appeared first on Dharitri Odia News.