‘ଭୁଲ୍ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର
ମୁମ୍ବାଇ: ସମ୍ପ୍ରତି ହିନ୍ଦୀ ସିନେମାର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅନ୍ୟତମ। କାର୍ତ୍ତିକ ତାଙ୍କର ଅଭିନୟ ଓ ଲୁକ୍ ମାଧ୍ୟମରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ଶେଷ ଥର ପାଇଁ ସେ ‘ଚନ୍ଦୁ ଚାମ୍ପିୟନ୍’ ଫିଲ୍ମରେ ନଜରକୁ ଆସିଥିଲେ। ବକ୍ସ ଅଫିସ୍ରେ ଏହି ଫିଲ୍ମ ବିଶେଷ ସଫଳତା ପାଇ ନ ଥିଲେ ମଧ୍ୟ କାର୍ତ୍ତିକଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଭୁଲ୍ ଭୁଲୈୟା ୩’ ପାଇଁ ତାଙ୍କ […] The post ‘ଭୁଲ୍ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର appeared first on Dharitri Odia News.
ମୁମ୍ବାଇ: ସମ୍ପ୍ରତି ହିନ୍ଦୀ ସିନେମାର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅନ୍ୟତମ। କାର୍ତ୍ତିକ ତାଙ୍କର ଅଭିନୟ ଓ ଲୁକ୍ ମାଧ୍ୟମରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ଶେଷ ଥର ପାଇଁ ସେ ‘ଚନ୍ଦୁ ଚାମ୍ପିୟନ୍’ ଫିଲ୍ମରେ ନଜରକୁ ଆସିଥିଲେ। ବକ୍ସ ଅଫିସ୍ରେ ଏହି ଫିଲ୍ମ ବିଶେଷ ସଫଳତା ପାଇ ନ ଥିଲେ ମଧ୍ୟ କାର୍ତ୍ତିକଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଭୁଲ୍ ଭୁଲୈୟା ୩’ ପାଇଁ ତାଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ବୁଧବାର କାର୍ତ୍ତିକ ଇନ୍ଷ୍ଟଗ୍ରାମରେ ‘ଭୁଲ୍ ଭୁଲୈୟା ୩’ ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଏକ ବଡ଼ କବାଟ ଦୃଶ୍ୟମାନ ହେଉଛି, ଯେଉଁଥିରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ କାର୍ତ୍ତିକ ଏକ ମଜାଦାର କ୍ୟାପ୍ଶନ୍ ମଧ୍ୟ ଲେଖିଛନ୍ତି। ଚଳିତ ଦୀପାବଳିରେ ‘ଭୁଲ୍ ଭୁଲୈୟା ୩’ର ଦ୍ୱାର ଖୋଲିବ ବୋଲି ଏହି ପୋଷ୍ଟ’ର କ୍ୟାପ୍ଶନରେ କାର୍ତ୍ତିକ ଲେଖିଛନ୍ତି।
ତେବେ ଦୀପାବଳି ଅବସରରେ ଆସନ୍ତା ନଭେମ୍ବର ୧ରେ ଅଜୟ ଦେବଗନ୍ଙ୍କ ‘ସିଙ୍ଘମ୍ ଏଗେନ୍’ ଓ କାର୍ତ୍ତିକଙ୍କ ‘ଭୁଲ୍ ଭୁଲୈୟା ୩’ ଏକସଙ୍ଗେ ପ୍ରେକ୍ଷାଳୟରେ ରିଲିଜ୍ ହେବ। ‘ଭୁଲ୍ ଭୁଲୈୟା ୩’ରେ
କାର୍ତ୍ତିକଙ୍କ ସହ ଅଭିନେତ୍ରୀ ତୃପ୍ତି ଡିମ୍ରି ଏବଂ ବିଦ୍ୟା ବଲାନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ‘ଟି-ସିରିଜ୍ ଫିଲ୍ମସ୍’ ପକ୍ଷରୁ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଥିବା ବେଳେ ଅନିସ୍ ବଜମି ଏହାର ନିର୍ଦ୍ଦେଶନା ଦେଇଛନ୍ତି।
The post ‘ଭୁଲ୍ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର appeared first on Dharitri Odia News.