ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ…
ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ସଂଗଠକ ବିଶ୍ୱନାଥ ପ୍ରଧାନ (୬୦) ଗୁରୁବାର ସକାଳୁ ଉଠିବା ପରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଡାକ୍ତରକାନା ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ […] The post ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ… appeared first on Dharitri Odia News.
ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ସଂଗଠକ ବିଶ୍ୱନାଥ ପ୍ରଧାନ (୬୦) ଗୁରୁବାର ସକାଳୁ ଉଠିବା ପରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଡାକ୍ତରକାନା ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।
ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ, ସିଡିପିଓ ମୀଲିମା କୁମାରୀ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ବିଶ୍ୱନାଥ ଜଣେ ଧର୍ମପରାୟଣ ସହ ଜଣେ ମେଲାପୀ ବ୍ୟକ୍ତି ଭାବେ ମଧ୍ୟ ଅଞ୍ଚଳରେ ପରିଚିତ ଥିଲେ। ବିଭିନ୍ନ ଧର୍ମାନୁଷ୍ଠାନ ସହ ମଧ୍ୟ ସେ ଜଡ଼ିତ ଥିଲେ। ତାଙ୍କର ଅକାଳ ବିୟୋଗରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଓକିଲ ଦିବାକର ନାୟକ, ଜିଲୁଣ୍ଡୀ ସରପଞ୍ଚ ରଞ୍ଜିତ ଆରୁଖ, ଯୁବ ସଂଗଠକ ଆଯୋଧ୍ୟାନାଥ ମହାପାତ୍ର, ପଦ୍ମନାଭ ପ୍ରଧାନ, ସୁବଳ ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟ ସରିତ୍ ପ୍ରଧାନ, ଜୟରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
The post ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ… appeared first on Dharitri Odia News.