ଟିପିସିଓଡିଏଲ୍ ପକ୍ଷରୁ ଟିଏମ୍ୟୁର ଶୁଭାରମ୍ଭ
ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ ନିର୍ମିତ ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍ ବା ଟିଏମ୍ୟୁର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ବୈଷୟିକ ସମାଧାନ ମାଧ୍ୟମରେ କମ୍ପାନୀ ଗୁଣାତ୍ମକ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି, ଗ୍ରାହକ ସେବାରେ ଉନ୍ନତି ଆଣିବାକୁ କମ୍ପାନୀ ନିରନ୍ତର ପ୍ରୟାସ କରୁଛି। ଟିପିସିଓଡିଏଲ୍ ପକ୍ଷରୁ ନିକଟରେ ଟ୍ବିନ୍ସିଟି ଭୁବନେଶ୍ୱର ଓ କଟକଠାରେ ଥିବା […] The post ଟିପିସିଓଡିଏଲ୍ ପକ୍ଷରୁ ଟିଏମ୍ୟୁର ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ ନିର୍ମିତ ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍ ବା ଟିଏମ୍ୟୁର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ବୈଷୟିକ ସମାଧାନ ମାଧ୍ୟମରେ କମ୍ପାନୀ ଗୁଣାତ୍ମକ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି, ଗ୍ରାହକ ସେବାରେ ଉନ୍ନତି ଆଣିବାକୁ କମ୍ପାନୀ ନିରନ୍ତର ପ୍ରୟାସ କରୁଛି। ଟିପିସିଓଡିଏଲ୍ ପକ୍ଷରୁ ନିକଟରେ ଟ୍ବିନ୍ସିଟି ଭୁବନେଶ୍ୱର ଓ କଟକଠାରେ ଥିବା ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେଶନରେ ଅତ୍ୟାଧୁନିକ ଟିଏମ୍ୟୁର ବ୍ୟବହାର ଆରମ୍ଭ କରିଛି। ବିଶେଷକରି ଏହା ଏକା ସମୟରେ ଅନୁଧ୍ୟାନ, ନିୟନ୍ତ୍ରଣ ଏବଂ ଯୋଗାଯୋଗର ଏକ ଅସାଧାରଣ ମିଶ୍ରଣ ପ୍ରଦାନ କରୁଛି। ଏହି ବୈଷୟିକ ଉପକରଣ ଭୋଲଟେଜ୍, କରେଣ୍ଟ, ଗ୍ୟାସ୍, ଅନଲୋଡ୍ ଟ୍ୟାପ୍ ଚେଞ୍ଜର, ତୈଳ ଏବଂ ୱାଇଣ୍ଡିଂ ତାପମାତ୍ରା ପରି ଟ୍ରାନ୍ସଫର୍ମର ମାନଦଣ୍ଡଗୁଡିକ ବିଷୟରେ ବାସ୍ତବ ସମୟ ସୂଚନା ପ୍ରଦାନ କରୁଛି। ସେହିଭଳି ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍ଗୁଡ଼ିକ ତ୍ରୁଟିକୁ ଶୀଘ୍ର ଚିହ୍ନଟ କରିବାରେ ଏବଂ ୩୩/୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର ବିଫଳତାକୁ ଏଡାଇବାରେ ମଧ୍ୟ ସାହାଯ୍ୟ କରିବ। ଏହି ଟିଏମୟୁଗୁଡିକ ପାରମ୍ପରିକ ପ୍ୟାନେଲ ସୁଇଚ୍, ତାପମାତ୍ରା ମାପକ ଏବଂ ଲାଚିଂ ରିଲେର ସ୍ଥାନ ନେଇଛି, କୌଣସି ମାନବୀୟ ହସ୍ତକ୍ଷେପ ବିନା ସ୍ବତଃସ୍ଫୂତ୍ତ ଭାବେ ଭୋଲଟେଜ୍ ବଢ଼ାଇବା/କମାଇବା ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।
The post ଟିପିସିଓଡିଏଲ୍ ପକ୍ଷରୁ ଟିଏମ୍ୟୁର ଶୁଭାରମ୍ଭ appeared first on Dharitri Odia News.