ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ
କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର ମାନ୍ୟତା ପାଇ ନ ଥିଲା। ତେବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚିଠି ନମ୍ବର ୯୫୦୦/୨୪-୪-୨୦୨୫ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି। […] The post ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ appeared first on Dharitri Odia News.
କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର ମାନ୍ୟତା ପାଇ ନ ଥିଲା। ତେବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚିଠି ନମ୍ବର ୯୫୦୦/୨୪-୪-୨୦୨୫ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି।
ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହାର କୋର ଓ ବଫର ଅଞ୍ଚଳରେ ବହୁ ଗ୍ରାମ, ଜମିବାଡ଼ି ଆଦି ରହିଥିଲା। ସେହି ଗ୍ରାମରେ ଲୋକମାନେ ବହୁ ବର୍ଷ ଧରି ଚାଷବାସ କରି ବସବାସ କରିଆସୁଥିଲେ ଏବଂ ବହୁ ଘରୋଇ ଜମିଥିଲା। ସେହିପରି ଶିମିଳିପାଳ ଜଙ୍ଗଲ ଉପରେ ସ୍ଥାନୀୟ ବନବାସୀଙ୍କ ଅଧିକାର ଥିଲା। ସରକାରଙ୍କୁ ସେମାନଙ୍କୁ ସମସ୍ତ ପ୍ରକାରର କ୍ଷତିପୂରଣ ପ୍ରଦାନ କରିବା ସହ ଅନ୍ୟଜଙ୍ଗଲ ଅଞ୍ଚଳରୁ ବାହାର କରି ଅନ୍ୟ ଅଞ୍ଚଳରେ ଥଇଥାନ କରିଛନ୍ତି। ସେହିପରି ଲୋକଙ୍କ ସବୁ ଅଧିକାର ପୂରଣ କରାଯାଇଛି। ଏଣୁ ଏବେ ଏହି ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ହୋଇଛି। ଏହା ଦ୍ୱାରା ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ଏବଂ ଏହା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ହୋଇ ପାରିବା ସହ ବନ୍ୟପ୍ରାଣୀ, ଜଙ୍ଗଲ ଓ ତଥା ପରିବେଶର ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଏହାକୁ ଜାତୀୟ ଉଦ୍ୟାନ ର ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି। କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି। ଏହା ଦ୍ୱାରା ସ୍ବତନ୍ତ୍ର ବଜେଟ କେନ୍ଦ୍ରରୁ ମିଳିବ। ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ପରିସୀମା ୨୭୫୦ ବର୍ଗ କିଲୋମିଟର ରହିଥିବା ବେଳେ ସେଥିରୁ ୮୪୫.୭୦ ବର୍ଗ କିଲୋମିଟରକୁ ଘୋଷଣା କରାଯାଇଛି। ଏହା ବହୁ ଆଗରୁ ପେଣ୍ଡିଂ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
୮୪୫.୭୦ବର୍ଗ କିଲୋମିଟର (୮୪୫୭୦ ହେକ୍ଟର) ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନ ଅଧିନରେ ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଓ ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ରହିଛି। ଏହା ମଧ୍ୟରେ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ରହିଛି।
ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ପିଠାବଟା ଉତ୍ତର ବନ୍ୟପ୍ରାଣୀ ରେଞ୍ଜ, ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ, ନାଓାନ ବନ୍ୟପ୍ରାଣୀ ରେଞ୍ଜ, ଜେନାବିଲ ବନ୍ୟପ୍ରାଣୀ ରେଞ୍ଜ, ନ୍ୟାଶନାଲ ପାର୍କ ବନ୍ୟପ୍ରାଣୀ ରେଞ୍ଜ, ୟୁବିକେ ବନ୍ୟପ୍ରାଣୀ ରେଞ୍ଜ ଓ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ରହିଛି। ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ବରେହିପାଣି ବନୟପ୍ରାଣୀ ରେଞ୍ଜ, ଚହଲା ବନ୍ୟପ୍ରାଣୀ ରେଞ୍ଜ, ନଓାନା ନର୍ଥ ବନ୍ୟପ୍ରାଣୀ ରେଞ୍ଜ, ତଳବନ୍ଧ ବନ୍ୟପ୍ରାଣୀ ରେଞ୍ଜ ରହିଥିବା ସୂଚନା ମିଳିଛି।
ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ରହିଛି ମହାବଳ ବାଘ ସମେତ ବହୁ ଜାତିପ୍ରଜାତିର ବନ୍ୟପ୍ରାଣୀ ଜୀବଜନ୍ତୁ। ସେହିପରି ବିଭିନ୍ନ ପ୍ରକାରର ବୃକ୍ଷଲତା, ଜଡିବୁଟି ରହିଛି। ପ୍ରତ୍ୟେକ ବର୍ଷ ବହୁ ପର୍ଯ୍ୟଟକ ଏଠାକୁ ବୁଲିଆସିବା ସହ ଗବେଷକମାନେ ଆସି ଗବେଷଣା କରୁଛନ୍ତି।
The post ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ appeared first on Dharitri Odia News.