ଘରୋଇ ବସ ଚଳାଚଳକୁ ନେଇ ବିବାଦ ଘନେଇଲା, ଦାବି ପୂରଣ ନହେବା ଯାଏଁ ଗଡିବନି ବସ୍

କୁଚିଣ୍ଡା ୧୨/୦୯: ଘରୋଇ ବସ ଚଳାଚଳକୁ ନେଇ କୁଚିଣ୍ଡା- ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବସ୍ ଟାଇମିଂଙ୍ଗ କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଝାରସୁଗୁଡା ଘରୋଇ ମାଲିକ ସଂଘ କୁଚିଣ୍ଡାର ଏକ ବସ୍‌କୁ ଅଟକାଇ ଦେଇଥିଲେ। ଏହାକୁ ବିରୋଧ କରି କୁଚିଣ୍ଡା ଘରୋଇ ମାଲିକ ସଂଘ ମଧ୍ୟ୍ୟ ଝାରସୁଗୁଡାର ଏକ ବସକୁ ଅଟକ ରଖିଥିଲେ। ମାତ୍ର ଏହି ବିବାଦ ମଧ୍ୟ୍ୟରେ କୁଚିଣ୍ଡା ଥାନାର ଜୈନେକ ଏଏସଆଇ ହସ୍ତକ୍ଷେପ କରି ଝାରସୁଗୁଡା ବସକୁ ଯିବାକୁ ଦେଇଥିଲେ। ପୋଲିସର ଏଭଳି କାର୍ଯ୍ୟ ତଥା ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ମନମାନିକୁ ବିରୋଧ କରି ଆଜି ଠାରୁ କୁଚିଣ୍ଡା ଘରୋଇ ବସ ଚଳାଚଳଙ୍କୁ ବନ୍ଦ କରିଛି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ।  କୁଚିଣ୍ଡା ଠାରୁ ଘରୋଇ ବସ ଚଳାଚଳ ବନ୍ଦ ହେଲେ, କୁଚିଣ୍ଡା- ଝାରସୁଗୁଡା, କୁଚିଣ୍ଡା-ସମ୍ବଲପୁର, କୁଚିଣ୍ଡା- ଦେବଗଡ଼, କୁଚିଣ୍ଡା- ସୁନ୍ଦରଗଡ ଏବଂ କୁଚିଣ୍ଡା- ରାଉରକେଲା ଯାତାୟାତ ପ୍ରଭାବିତ ହେବ।

ଘରୋଇ ବସ ଚଳାଚଳକୁ ନେଇ ବିବାଦ ଘନେଇଲା, ଦାବି ପୂରଣ ନହେବା ଯାଏଁ ଗଡିବନି ବସ୍

କୁଚିଣ୍ଡା ୧୨/୦୯: ଘରୋଇ ବସ ଚଳାଚଳକୁ ନେଇ କୁଚିଣ୍ଡା- ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବସ୍ ଟାଇମିଂଙ୍ଗ କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଝାରସୁଗୁଡା ଘରୋଇ ମାଲିକ ସଂଘ କୁଚିଣ୍ଡାର ଏକ ବସ୍‌କୁ ଅଟକାଇ ଦେଇଥିଲେ। 

ଏହାକୁ ବିରୋଧ କରି କୁଚିଣ୍ଡା ଘରୋଇ ମାଲିକ ସଂଘ ମଧ୍ୟ୍ୟ ଝାରସୁଗୁଡାର ଏକ ବସକୁ ଅଟକ ରଖିଥିଲେ। ମାତ୍ର ଏହି ବିବାଦ ମଧ୍ୟ୍ୟରେ କୁଚିଣ୍ଡା ଥାନାର ଜୈନେକ ଏଏସଆଇ ହସ୍ତକ୍ଷେପ କରି ଝାରସୁଗୁଡା ବସକୁ ଯିବାକୁ ଦେଇଥିଲେ। ପୋଲିସର ଏଭଳି କାର୍ଯ୍ୟ ତଥା ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ମନମାନିକୁ ବିରୋଧ କରି ଆଜି ଠାରୁ କୁଚିଣ୍ଡା ଘରୋଇ ବସ ଚଳାଚଳଙ୍କୁ ବନ୍ଦ କରିଛି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ।  

କୁଚିଣ୍ଡା ଠାରୁ ଘରୋଇ ବସ ଚଳାଚଳ ବନ୍ଦ ହେଲେ, କୁଚିଣ୍ଡା- ଝାରସୁଗୁଡା, କୁଚିଣ୍ଡା-ସମ୍ବଲପୁର, କୁଚିଣ୍ଡା- ଦେବଗଡ଼, କୁଚିଣ୍ଡା- ସୁନ୍ଦରଗଡ ଏବଂ କୁଚିଣ୍ଡା- ରାଉରକେଲା ଯାତାୟାତ ପ୍ରଭାବିତ ହେବ।