ଭାରତୀୟ ସ୍ମାର୍ଟଫୋନ୍‌ ଇଣ୍ଡଷ୍ଟ୍ରୀରେ ଚୀନ୍‌ କମ୍ପାନିଙ୍କ ରାଜ୍, ସାମସଙ୍ଗକୁ ପଛରେ ପକାଇ ନମ୍ବର ୱାନ ହେଲା ସାଓମି

ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ଚୀନ୍‌ କମ୍ପାନିଙ୍କ ରାଜ୍।ପଛରେ ପଡ଼ିଲା ସାମସଙ୍ଗ। Canalysର ରିପୋର୍ଟ ଅନୁଯାୟୀ, ଜୁନ୍‌ ତ୍ରୈମାସିକରେ ଚୀନ୍‌ର ସାଓମି ଦକ୍ଷିଣ କୋରିଆର ସାମସଙ୍ଗକୁ ପଛରେ ପକାଇ ଭାରତରେ ଏକ ନମ୍ବର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ହୋଇଛି। ଆଉ ତୃତୀୟ ସ୍ଥାନକୁ ଖସିଛି ସାମସଙ୍ଗ।ଭାରତରେ ଟପ୍‌ ୫ କମ୍ପାନିଙ୍କ ମଧ୍ୟରେ ସାଓମି ୧ ନମ୍ବର ସ୍ଥାନ, ଦ୍ବିତୀୟରେ ଭିଭୋ, ତୃତୀୟରେ ସାମସଙ୍ଗ, ଚତୁର୍ଥରେ ରିୟଲମି, ପଞ୍ଚମରେ ଓପ୍ପୋ ଇଣ୍ଡିଆ ରହିଛନ୍ତି। ସୂଚନା ଅନୁଯାୟୀ, ଭାରତର ସ୍ମାର୍ଟଫୋନ୍‌ ଉଦ୍ୟୋଗରେ ପ୍ରାୟ ଛଅଟି ତ୍ରୈମାସିକ ପରେ ସାଓମି ସାମସଙ୍ଗକୁ ପଛରେ ପକାଇଛି।ଆଉ ଏହା ସହ କମ୍ପାନି ଭାରତୀୟ ବଜାରରେ ନିଜର ପୁନଃ ପ୍ରତ୍ୟାବର୍ତ୍ତନକୁ ଦର୍ଶାଇଛି। କାରଣ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନିର ଲାଭରେ ହ୍ରାସ ଦେଖିବାକୁ ମିଳିଥିଲା। ତଥ୍ୟ ଅନୁଯାୟୀ, ସାଓମିର ରପ୍ତାନୀ ବାର୍ଷିକ ଆଧାରରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଜୁନ୍‌ ତ୍ରୈମାସିକରେ କମ୍ପାନିର ମାର୍କେଟ ସେୟାରରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଯେତେବେଳେକି ପୂର୍ବ ବର୍ଷ ଏହି ଶେୟାର ୧୫ ପ୍ରତିଶତ ରହିଥିଲା। ଦ୍ବିତୀୟ ସ୍ଥାନର ଥିବା ଭିଭୋର ମଧ୍ୟ ବାର୍ଷିକ ଆଧାରରେ ୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।ସେପଟେ ସାମସଙ୍ଗରେ ରପ୍ତାନୀରେ ୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଫଳରେ କମ୍ପାନିର ମାର୍କେଟ ସେୟାର ୧୭ ପ୍ର

ଭାରତୀୟ ସ୍ମାର୍ଟଫୋନ୍‌ ଇଣ୍ଡଷ୍ଟ୍ରୀରେ ଚୀନ୍‌ କମ୍ପାନିଙ୍କ ରାଜ୍, ସାମସଙ୍ଗକୁ ପଛରେ ପକାଇ ନମ୍ବର ୱାନ ହେଲା ସାଓମି

ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ଚୀନ୍‌ କମ୍ପାନିଙ୍କ ରାଜ୍।ପଛରେ ପଡ଼ିଲା ସାମସଙ୍ଗ। Canalysର ରିପୋର୍ଟ ଅନୁଯାୟୀ, ଜୁନ୍‌ ତ୍ରୈମାସିକରେ ଚୀନ୍‌ର ସାଓମି ଦକ୍ଷିଣ କୋରିଆର ସାମସଙ୍ଗକୁ ପଛରେ ପକାଇ ଭାରତରେ ଏକ ନମ୍ବର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ହୋଇଛି। ଆଉ ତୃତୀୟ ସ୍ଥାନକୁ ଖସିଛି ସାମସଙ୍ଗ।ଭାରତରେ ଟପ୍‌ ୫ କମ୍ପାନିଙ୍କ ମଧ୍ୟରେ ସାଓମି ୧ ନମ୍ବର ସ୍ଥାନ, ଦ୍ବିତୀୟରେ ଭିଭୋ, ତୃତୀୟରେ ସାମସଙ୍ଗ, ଚତୁର୍ଥରେ ରିୟଲମି, ପଞ୍ଚମରେ ଓପ୍ପୋ ଇଣ୍ଡିଆ ରହିଛନ୍ତି। 

ସୂଚନା ଅନୁଯାୟୀ, ଭାରତର ସ୍ମାର୍ଟଫୋନ୍‌ ଉଦ୍ୟୋଗରେ ପ୍ରାୟ ଛଅଟି ତ୍ରୈମାସିକ ପରେ ସାଓମି ସାମସଙ୍ଗକୁ ପଛରେ ପକାଇଛି।ଆଉ ଏହା ସହ କମ୍ପାନି ଭାରତୀୟ ବଜାରରେ ନିଜର ପୁନଃ ପ୍ରତ୍ୟାବର୍ତ୍ତନକୁ ଦର୍ଶାଇଛି। କାରଣ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନିର ଲାଭରେ ହ୍ରାସ ଦେଖିବାକୁ ମିଳିଥିଲା। 

ତଥ୍ୟ ଅନୁଯାୟୀ, ସାଓମିର ରପ୍ତାନୀ ବାର୍ଷିକ ଆଧାରରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଜୁନ୍‌ ତ୍ରୈମାସିକରେ କମ୍ପାନିର ମାର୍କେଟ ସେୟାରରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଯେତେବେଳେକି ପୂର୍ବ ବର୍ଷ ଏହି ଶେୟାର ୧୫ ପ୍ରତିଶତ ରହିଥିଲା। ଦ୍ବିତୀୟ ସ୍ଥାନର ଥିବା ଭିଭୋର ମଧ୍ୟ ବାର୍ଷିକ ଆଧାରରେ ୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ସେପଟେ ସାମସଙ୍ଗରେ ରପ୍ତାନୀରେ ୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଫଳରେ କମ୍ପାନିର ମାର୍କେଟ ସେୟାର ୧୭ ପ୍ରତିଶତକୁ ଖସିଛି। ଅନ୍ୟପଟେ ଚାଇନିଜ୍‌ ବ୍ରାଣ୍ଡ୍‌ ରିୟଲମି ଏବଂ ଓପୋ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିଭଳି ଉଭୟ କମ୍ପାନିଙ୍କ ମାର୍କଟ ସେୟାର ମଧ୍ୟ ଯଥାକ୍ରମେ ୧୨ ପ୍ରତିଶତ ଏବଂ ୧୧ ପ୍ରତିଶତ ରହିଛି। 

ସାଓମି ଇଣ୍ଡିଆର ସଭାପତି ବି ମୂରଲୀକ୍ରିଷ୍ଣନ୍ ଏକ୍ସ ପୋଷ୍ଟରେ ଲେଖିଛନ୍ତି ‘‘ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ଟପ୍‌ ସ୍ଥାନ ହାସଲ କରିବା ଏକ ଉପଲବ୍ଧି, ଯାହାକୁ ନେଇ ଆମେ ଗର୍ବିତ।’’ 

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସାଓମିକୁ ଦେଶରେ ଇଡି ତଦନ୍ତର ସାମ୍‌ନା କରିବାକୁ ପଡ଼ିଛି। ଅଭିଯୋଗ ରହିଛି ଯେ, କମ୍ପାନି ଏହାର ପ୍ୟାରେଣ୍ଟ କମ୍ପାନିକୁ ରୟାଲିଟି ଦେବା ବାହାନାରେ ବିଦେଶୀ ଥାର୍ଡ ପାର୍ଟୀକୁ ଫଣ୍ଡ୍‌ ପଠାଇଛି। ଅବଶ୍ୟ ସାଓମି ଇଣ୍ଡିଆ ଏଭଳି କୌଣସି ଅଭିଯୋଗକୁ ଖଣ୍ଡନ କରିଛି।