ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ
ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଧୋବାସାହି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମୋପେଡ୍ ଗାଡିରୁ ଖସିପଡି ଆଛୁଲି ଗ୍ରାମର ଆଶାକର୍ମୀ ପ୍ରମିଳା ପଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଆଶାକର୍ମୀ ପ୍ରମିଳା ଜଣେ ଗର୍ଭବତୀ ମହିଳାଙ୍କୁ ଧରି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ଆସିଥିଲେ। ସେ ତାଙ୍କର କାର୍ଯ୍ୟସାରି ଜଣେ ବ୍ୟକ୍ତିଙ୍କ ମୋପେଡ୍ ଗାଡିରେ ବସି ଘରକୁ ଫେରିବାବେଳେ ଅସାବଧାନତା ଯୋଗୁ ତାଙ୍କର ପିନ୍ଧାଲୁଗାଟି ଗାଡି ପଛ ଚକରେ ଗୁଡାଇ ହୋଇଯାଇଥିଲା। ଫଳରେ ସେ […] The post ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ appeared first on Dharitri Odia News.
ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଧୋବାସାହି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମୋପେଡ୍ ଗାଡିରୁ ଖସିପଡି ଆଛୁଲି ଗ୍ରାମର ଆଶାକର୍ମୀ ପ୍ରମିଳା ପଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଆଶାକର୍ମୀ ପ୍ରମିଳା ଜଣେ ଗର୍ଭବତୀ ମହିଳାଙ୍କୁ ଧରି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ଆସିଥିଲେ। ସେ ତାଙ୍କର କାର୍ଯ୍ୟସାରି ଜଣେ ବ୍ୟକ୍ତିଙ୍କ ମୋପେଡ୍ ଗାଡିରେ ବସି ଘରକୁ ଫେରିବାବେଳେ ଅସାବଧାନତା ଯୋଗୁ ତାଙ୍କର ପିନ୍ଧାଲୁଗାଟି ଗାଡି ପଛ ଚକରେ ଗୁଡାଇ ହୋଇଯାଇଥିଲା। ଫଳରେ ସେ ଗାଡିରୁ ଖସି ତଳେପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଚିକିତ୍ସା ଲାଗି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଗାଡି ଚାଳକ ଗାଡି ଧରି ଚମ୍ପଟ ମାରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିଛି।
The post ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ appeared first on Dharitri Odia News.