ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ରାୟପୁର,୭।୩: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଭାଜପା ନେତା କୈଳାଶ ନାଗଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। କୈଳାଶଙ୍କ ଘର ବିଜାପୁରର କୋଟମେଟା ଗାଁରେ ବୋଲି ଜଣାପଡିଛି। ନକ୍ସଲମାନେ ତାଙ୍କ ଗାଁରୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ମୃତ କୈଳାଶ ନାଗ ବୃତ୍ତି ଅନୁଯାୟୀ ଜଣେ କଣ୍ଟ୍ରାକ୍ଟର ଥିଲେ। ଏହା ବ୍ୟତୀତ ସେ ବିଜାପୁର ଜିଲାର ଭାଜପା ‘ବିଜନେସ ସେଲ’ର ଜଣେ ଅଧିକାରୀ […] The post ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ appeared first on Dharitri Odia News.

ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ରାୟପୁର,୭।୩: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଭାଜପା ନେତା କୈଳାଶ ନାଗଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। କୈଳାଶଙ୍କ ଘର ବିଜାପୁରର କୋଟମେଟା ଗାଁରେ ବୋଲି ଜଣାପଡିଛି। ନକ୍ସଲମାନେ ତାଙ୍କ ଗାଁରୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।
ମୃତ କୈଳାଶ ନାଗ ବୃତ୍ତି ଅନୁଯାୟୀ ଜଣେ କଣ୍ଟ୍ରାକ୍ଟର ଥିଲେ। ଏହା ବ୍ୟତୀତ ସେ ବିଜାପୁର ଜିଲାର ଭାଜପା ‘ବିଜନେସ ସେଲ’ର ଜଣେ ଅଧିକାରୀ ମଧ୍ୟ ଥିଲେ। ତାଙ୍କ ଗାଁରେ ପୋଖରୀ ଖୋଳିବା କାମ ପାଇଁ ସେ ତାଙ୍କ ଜେସିବି ମେସିନ ଦେଇଥିଲେ।
ପୋଲିସ ଅଧିକାରୀ କହିଛନ୍ତ, ଗାଁରେ ପୋଖରୀ ଖୋଳିବା କାମ ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା କରାଯାଉଛି ଏବଂ ମୃତ ସ୍ଥାନୀୟ ଭାଜପା ନେତା ନାଗଙ୍କ ଜେସିବି ମେସିନ ଏଥିରେ ନିୟୋଜିତ ଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ନକ୍ସଲମାନଙ୍କ ଏକ ଦଳ କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ନକ୍ସଲମାନେ ଜେସିବି ମେସିନରେ ନିଆଁ ଲଗାଇ ନାଗଙ୍କୁ ଗୁଳି କରିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନକ୍ସଲମାନେ ଜଣେ ଭାଜପା ନେତାଙ୍କୁ ହତ୍ୟା କରିଥିଲେ।

The post ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ appeared first on Dharitri Odia News.