ନୂଆ ହେଡ୍‌ କୋଚ୍‌ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ…

ନୂଆଦିଲ୍ଲୀ,୧୦।୭: ଭାରତୀୟ ଟିମ୍ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ମିଳିଛି। ଏନେଇ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି। ଶାହା ତାଙ୍କ ପୋଷ୍ଟରେ ଗମ୍ଭୀରଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଗମ୍ଭୀର ଜଣେ ଆଦର୍ଶ ବ୍ୟକ୍ତି । ଏହା ଉପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର […] The post ନୂଆ ହେଡ୍‌ କୋଚ୍‌ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ… appeared first on Dharitri Odia News.

ନୂଆ ହେଡ୍‌ କୋଚ୍‌ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ…

ନୂଆଦିଲ୍ଲୀ,୧୦।୭: ଭାରତୀୟ ଟିମ୍ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ମିଳିଛି। ଏନେଇ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି। ଶାହା ତାଙ୍କ ପୋଷ୍ଟରେ ଗମ୍ଭୀରଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଗମ୍ଭୀର ଜଣେ ଆଦର୍ଶ ବ୍ୟକ୍ତି । ଏହା ଉପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିବାରୁ ବିସିସିଆଇ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ଜୟ ଶାହାଙ୍କୁ ଧନ୍ୟବାଦ ଦେଇ ଗମ୍ଭୀର ଦଳ ଭଲ ପ୍ରଦର୍ଶନ କରିବା ସହ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ଲେଖିଛନ୍ତି। ଏହାପୂର୍ବରୁ ଜୟ ଶାହା କହିଥିଲେ ଯେ, ଆଧୁନିକ କ୍ରିକେଟ ବହୁତ ଦ୍ରୁତ ଗତିରେ ବିକଶିତ ହୋଇଛି ଏବଂ ଗମ୍ଭୀର ଏହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି। ତେଣୁ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ତାଙ୍କଠାରୁ କୌଣସି ଭଲ ବିକଳ୍ପ ଥିବା ପରି ମନେ ହେଉନାହିଁ।

The post ନୂଆ ହେଡ୍‌ କୋଚ୍‌ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ… appeared first on Dharitri Odia News.