ଜେଲ୍ରୁ ବାହାରିବେ ମନୀଷ ସିସୋଡିଆ! ଆଜି ଶୁଣାଣି
ନୂଆଦିଲ୍ଲୀ,୬।୪: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଆଜି ଅର୍ଥାତ ଶନିବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସିସୋଡିଆ ତିହାର ଜେଲରୁ ଏକ ଚିଠି ଲେଖିଥିଲେ। ପୂର୍ବ ଦିଲ୍ଲୀର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପାଟର୍ଗଞ୍ଜର ଲୋକଙ୍କୁ ଚିଠି ଲେଖି ସିସୋଡିଆ କହିଛନ୍ତି, ସେ ଖୁବ ଶୀଘ୍ର ବାହାରକୁ ଆସୁଛନ୍ତି। ସିସୋଡିଆ ଆଜି କୋର୍ଟରୁ ଜାମିନ ପାଇବେ […] The post ଜେଲ୍ରୁ ବାହାରିବେ ମନୀଷ ସିସୋଡିଆ! ଆଜି ଶୁଣାଣି appeared first on Dharitri Odia News.
ନୂଆଦିଲ୍ଲୀ,୬।୪: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଆଜି ଅର୍ଥାତ ଶନିବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସିସୋଡିଆ ତିହାର ଜେଲରୁ ଏକ ଚିଠି ଲେଖିଥିଲେ। ପୂର୍ବ ଦିଲ୍ଲୀର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପାଟର୍ଗଞ୍ଜର ଲୋକଙ୍କୁ ଚିଠି ଲେଖି ସିସୋଡିଆ କହିଛନ୍ତି, ସେ ଖୁବ ଶୀଘ୍ର ବାହାରକୁ ଆସୁଛନ୍ତି।
ସିସୋଡିଆ ଆଜି କୋର୍ଟରୁ ଜାମିନ ପାଇବେ ବୋଲି ଆଶା କରାଯାଉଛି। କୋର୍ଟ ତାଙ୍କୁ ଏପ୍ରିଲ ୬ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହାପୂର୍ବରୁ ଏପ୍ରିଲ ୨ ରେ ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା। ଜାମିନ ଆବେଦନ ଉପରେ ଶୁଣାଣିବେଳେ ସିସୋଡିଆଙ୍କ ଓକିଲ କହିଥିଲେ, ସିସୋଡିଆଙ୍କ ଠାରୁ ଇଡି ଏପର୍ଯ୍ୟନ୍ତ କିଛି ପାଇ ନାହିଁ। ତଦନ୍ତ ଶେଷ ହେବାର ୧୦ ମାସରୁ ଅଧିକ ସମୟ ବିତିଗଲାଣି ।
କହିରଖୁଛୁ କି, ସିସୋଡିଆ ସର୍ତ୍ତମୂଳକ ଜାମିନ ନେବାକୁ ମଧ୍ୟ ଗ୍ରହଣ କରିଛନ୍ତି। ସିସୋଡିଆ ଦିଲ୍ଲୀର ଅବକାରୀ ଦୁର୍ନୀତିରେ ପ୍ରାୟ ୧୩ ମାସ ହେବ ତିହାର ଜେଲରେ ରହିଛନ୍ତି। ୨୬ ଫେବୃଆରୀ ୨୦୨୩ରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସିସୋଡିଆ ମଧ୍ୟ ଜାମିନ ପାଇବେ ବୋଲି ଆଶା କରାଯାଉଛି।
The post ଜେଲ୍ରୁ ବାହାରିବେ ମନୀଷ ସିସୋଡିଆ! ଆଜି ଶୁଣାଣି appeared first on Dharitri Odia News.