ପରପାରିରେ ମିଥୁନଙ୍କ ପତ୍ନୀ
ମୁମ୍ବାଇ/ଓ୍ବାଶିଂଟନ,୪।୧୧: ନିକଟରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲୁକଙ୍କର ପରଲୋକ ହୋଇଛି। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଆୟର ଏହି ସୂଚନା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର କରିଛନ୍ତି। ମିଥୁନ ଏବଂ ହେଲେନାଙ୍କ ବିବାହ କେବଳ ଚାରିମାସ ପର୍ଯ୍ୟନ୍ତ ରହିପାରିଥିଲା ବୋଲି କୁହାଯାଏ। ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ୍ଦ’ରେ ହେଲେନା ଏକ ବିଶେଷ ଚରିତ୍ରରେ ଅଭିନୟ କରିଥିଲେ। ଆମେରିକାରେ ଦୀର୍ଘ ସମୟ ଧରି […] The post ପରପାରିରେ ମିଥୁନଙ୍କ ପତ୍ନୀ appeared first on Dharitri Odia News.
ମୁମ୍ବାଇ/ଓ୍ବାଶିଂଟନ,୪।୧୧: ନିକଟରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲୁକଙ୍କର ପରଲୋକ ହୋଇଛି। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଆୟର ଏହି ସୂଚନା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର କରିଛନ୍ତି। ମିଥୁନ ଏବଂ ହେଲେନାଙ୍କ ବିବାହ କେବଳ ଚାରିମାସ ପର୍ଯ୍ୟନ୍ତ ରହିପାରିଥିଲା ବୋଲି କୁହାଯାଏ। ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ୍ଦ’ରେ ହେଲେନା ଏକ ବିଶେଷ ଚରିତ୍ରରେ ଅଭିନୟ କରିଥିଲେ। ଆମେରିକାରେ ଦୀର୍ଘ ସମୟ ଧରି ରହୁଥିବା ହେଲେନା ଡେଲଟା ଏୟାରଲାଇନ୍ସରେ କାମ କରୁଥିଲେ। ଗତକାଲି ରାତିରେ ତାଙ୍କର ଗୋଟିଏ ପୋଷ୍ଟରେ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ, କିନ୍ତୁ ଚିକିତ୍ସା ସହାୟତା ନନେବାରୁ ତାଙ୍କର ମୃତ୍ୟୁ ଘଟିଛି।
ମିଥୁନଙ୍କ ସହିତ ତାଙ୍କ ଦାମ୍ପତ୍ୟ ଜୀବନ ବିଷୟରେ କହିଲେ ସେମାନଙ୍କ ବିବାହ କେବଳ ଚାରିମାସ ପର୍ଯ୍ୟନ୍ତ ରହିଲା।
ହେଲେନା ଜଣେ ଭାରତୀୟ ଆମେରିକୀୟ ଅଭିନେତ୍ରୀ ଥିଲେ। ୭୦ଦଶକରେ ଫ୍ୟାଶନ ଦୁନିଆରେ ସେ ଏକ ଜଣାଶୁଣା ନାମ ଥିଲେ। ହେଲେନା ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତୁର୍କୀ ଏବଂ ମାତା ଆଙ୍ଗ୍ଲୋ ଇଣ୍ଡିଆନ ଖ୍ରୀଷ୍ଟିଆନ ଥିଲେ। ସେ ଗୁଜୁରାଟୀ ଥିଏଟର ଭଳି ବଲିଉଡ ଚଳଚ୍ଚିତ୍ରରେ ବହୁ ପରିଶ୍ରମ କରିଥିଲେ। ଫିଲ୍ମରେ କାମ କରିବା ପୂର୍ବରୁ ସେ ପ୍ରାୟ ନଅ ବର୍ଷ ପର୍ଯ୍ୟନ୍ତ ଗୁଜୁରାଟୀ ନାଟକ କରିଥିଲେ। ତେବେ ଭଲ ଅଫର ଅଭାବରୁ ସେ ଏହି ଆଞ୍ଚଳିକ ସିନେମାରେ କାମ କରିନଥିଲେ। କିଛି ବଲିଉଡ ଫିଲ୍ମରେ କାମ କରିଥିଲେ।
The post ପରପାରିରେ ମିଥୁନଙ୍କ ପତ୍ନୀ appeared first on Dharitri Odia News.