କୁଅଁରପୁର ହନୁମାନ ମନ୍ଦିରରେ ଶ୍ରୀରାମ ଭଗବାନଙ୍କର ପ୍ରାଣପ୍ରତିଷ୍ଠା ମହୋତ୍ସବ ପାଇଁ ହୋମ ଯଜ୍ଞ

ନିଆଳି:  ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବରେ ସାରା ଭାରତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତ ମନ୍ଦିରରେ ଭଗବାନ ଶ୍ରୀରାମଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ କୁଅଁରପୁର ଗ୍ରାମରେ ଥିବା ହନୁମାନ ମନ୍ଦିରରେ ଭଗବାନ ଶ୍ରୀରାମ ଙ୍କର ଷୋଡଶ ପୂଜା ତଥା ୧୦୮ ଆହୁତି, ହନୁମାନ ଚାଲିସା ତଥା ଅଖଣ୍ଡ ଦୀପ ଜଳାଯାଇଥିଲା। Also read- ଐତିହାସିକ ଦିନରେ ଘରେ ଜନ୍ମହେଲା ପୁଅ, ବାପା-ମାଆ ନା ରଖିଲେ ରାମ ଶ୍ରୀ ଶ୍ରୀ ହନୁମାନ ଜୀଉ ରିଲିଜିଅସ୍ & ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏଜି ଭବ୍ୟ କାର୍ଯ୍ୟକ୍ରମ ସକାଳ ଛଅ ଟାରୁ ସୁର୍ଯ୍ୟ ପୂଜାରୁ ଆରମ୍ଭ ହୋଇ ଷୋଡଶ ପୂଜା, ହନୁମାନ ଚାଲିସା ତଥା ଶେଷରେ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା। ପାଞ୍ଚଜଣ ପଣ୍ଡିତ ସକାଳ ଠାରୁ ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀରାମଙ୍କ ନାମ ଯଜ୍ଞ ତଥା ଷୋଡଶ ପୂଜା କରିଥଲେ ଯାହାଦ୍ୱାରା କି କୁଅଁରପୁର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଖ ପାଖ ଗ୍ରାମରୁ ବହୁ ଭକ୍ତ ଆସି ସଂଧ୍ୟାରେ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ସମସ୍ତ ମାନବ ସମାଜ ର ପ୍ରେରଣାର ଉତ୍ସ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ପୂଜାର୍ଚ୍ଚନା କୁଅଁପୁର ଗ୍ରାମର ହନୁମାନ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜନ କରାଯାଇଥିବାରୁ ସମସ୍ତ ଗ୍ରା

କୁଅଁରପୁର ହନୁମାନ ମନ୍ଦିରରେ ଶ୍ରୀରାମ ଭଗବାନଙ୍କର ପ୍ରାଣପ୍ରତିଷ୍ଠା ମହୋତ୍ସବ ପାଇଁ ହୋମ ଯଜ୍ଞ

ନିଆଳି:  ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବରେ ସାରା ଭାରତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତ ମନ୍ଦିରରେ ଭଗବାନ ଶ୍ରୀରାମଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ କୁଅଁରପୁର ଗ୍ରାମରେ ଥିବା ହନୁମାନ ମନ୍ଦିରରେ ଭଗବାନ ଶ୍ରୀରାମ ଙ୍କର ଷୋଡଶ ପୂଜା ତଥା ୧୦୮ ଆହୁତି, ହନୁମାନ ଚାଲିସା ତଥା ଅଖଣ୍ଡ ଦୀପ ଜଳାଯାଇଥିଲା।

Also read- ଐତିହାସିକ ଦିନରେ ଘରେ ଜନ୍ମହେଲା ପୁଅ, ବାପା-ମାଆ ନା ରଖିଲେ ରାମ

ଶ୍ରୀ ଶ୍ରୀ ହନୁମାନ ଜୀଉ ରିଲିଜିଅସ୍ & ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏଜି ଭବ୍ୟ କାର୍ଯ୍ୟକ୍ରମ ସକାଳ ଛଅ ଟାରୁ ସୁର୍ଯ୍ୟ ପୂଜାରୁ ଆରମ୍ଭ ହୋଇ ଷୋଡଶ ପୂଜା, ହନୁମାନ ଚାଲିସା ତଥା ଶେଷରେ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା। ପାଞ୍ଚଜଣ ପଣ୍ଡିତ ସକାଳ ଠାରୁ ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀରାମଙ୍କ ନାମ ଯଜ୍ଞ ତଥା ଷୋଡଶ ପୂଜା କରିଥଲେ ଯାହାଦ୍ୱାରା କି କୁଅଁରପୁର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଖ ପାଖ ଗ୍ରାମରୁ ବହୁ ଭକ୍ତ ଆସି ସଂଧ୍ୟାରେ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ସମସ୍ତ ମାନବ ସମାଜ ର ପ୍ରେରଣାର ଉତ୍ସ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ପୂଜାର୍ଚ୍ଚନା କୁଅଁପୁର ଗ୍ରାମର ହନୁମାନ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜନ କରାଯାଇଥିବାରୁ ସମସ୍ତ ଗ୍ରାମବାସୀ ମାନେ ଆନନ୍ଦିତ ହୋଇଥିଲେ  ।

The post କୁଅଁରପୁର ହନୁମାନ ମନ୍ଦିରରେ ଶ୍ରୀରାମ ଭଗବାନଙ୍କର ପ୍ରାଣପ୍ରତିଷ୍ଠା ମହୋତ୍ସବ ପାଇଁ ହୋମ ଯଜ୍ଞ appeared first on Prameya News7.