ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video

ଭୁବନେଶ୍ୱର,୫।୬: ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ବୁଧବାର ତାଙ୍କର ଦଳର ତୁଙ୍ଗ ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ […] The post ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video appeared first on Dharitri Odia News.

ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video

ଭୁବନେଶ୍ୱର,୫।୬: ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ବୁଧବାର ତାଙ୍କର ଦଳର ତୁଙ୍ଗ ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେ ନେତାମାନଙ୍କ ମନୋବଳ ବଢ଼ାଇଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓରେ ନବୀନ ବିଜେଡି ସରକାରର କାର୍ଯ୍ୟକାଳ ସମୟରେ କରିଥିବା ଉପଲବ୍ଧିର ହିସାବ ଦେଉଥିବା ଦେଖାଯାଇଛି। ସେ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି।

The post ପରାଜୟ ପରେ ଦଳୀୟ ନେତାଙ୍କୁ ଏଭଳି କହି ମନୋବଳ ବଢ଼ାଇଲେ ନବୀନ, ଦେଖନ୍ତୁ Video appeared first on Dharitri Odia News.