୩୦ ବର୍ଷ ପରେ ଶ୍ରାବଣ ମାସରେ ଶନିଙ୍କ ଶକ୍ତିଶାଳୀ ରାଜଯୋଗ: ଏସବୁ ରାଶିର ବଦଳିିବ ଭାଗ୍ୟ, ଆକସ୍ମିକ ଧନ ଲାଭ ସହ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ଭାବେ ଗଣାଯାଏ, କାରଣ ସେ ଜାତକଧାରୀଙ୍କୁ ସର୍ବଦା କର୍ମ ଅନୁଯାୟୀ ଫଳ ଦିଅନ୍ତି। ତେବେ ପ୍ରତିଟି ବ୍ୟକ୍ତି ଜୀବନକାଳରେ ଶନି ଦଶାର ସାମ୍ନା କରିଥାନ୍ତି। ତାଙ୍କର ଚଳନ ଧିର ହୋଇଥିବାରୁ ଗୋଟିଏ ରାଶିରେ ସେ ପ୍ରାୟ ଅଢ଼େଇ ବର୍ଷ ରହିଥାନ୍ତି। ପରବର୍ତ୍ତୀ ସମୟରେ ଚଳନ ଲାଗି ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ। ଏବେ ଶନି ମୀନ ରାଶିରେ ଅଛନ୍ତି। ଜୁଲାଇ ୧୩ରୁ ଶନି କେନ୍ଦ୍ର ତ୍ରିକୋଣ ରାଜଯୋଗ […] The post ୩୦ ବର୍ଷ ପରେ ଶ୍ରାବଣ ମାସରେ ଶନିଙ୍କ ଶକ୍ତିଶାଳୀ ରାଜଯୋଗ: ଏସବୁ ରାଶିର ବଦଳିିବ ଭାଗ୍ୟ, ଆକସ୍ମିକ ଧନ ଲାଭ ସହ… appeared first on Dharitri Odia News.

୩୦ ବର୍ଷ ପରେ ଶ୍ରାବଣ ମାସରେ ଶନିଙ୍କ ଶକ୍ତିଶାଳୀ ରାଜଯୋଗ: ଏସବୁ ରାଶିର ବଦଳିିବ ଭାଗ୍ୟ, ଆକସ୍ମିକ ଧନ ଲାଭ ସହ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ଭାବେ ଗଣାଯାଏ, କାରଣ ସେ ଜାତକଧାରୀଙ୍କୁ ସର୍ବଦା କର୍ମ ଅନୁଯାୟୀ ଫଳ ଦିଅନ୍ତି। ତେବେ ପ୍ରତିଟି ବ୍ୟକ୍ତି ଜୀବନକାଳରେ ଶନି ଦଶାର ସାମ୍ନା କରିଥାନ୍ତି। ତାଙ୍କର ଚଳନ ଧିର ହୋଇଥିବାରୁ ଗୋଟିଏ ରାଶିରେ ସେ ପ୍ରାୟ ଅଢ଼େଇ ବର୍ଷ ରହିଥାନ୍ତି। ପରବର୍ତ୍ତୀ ସମୟରେ ଚଳନ ଲାଗି ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ। ଏବେ ଶନି ମୀନ ରାଶିରେ ଅଛନ୍ତି। ଜୁଲାଇ ୧୩ରୁ ଶନି କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି କରୁଛନ୍ତି। ଏହାଫଳରେ ମାଲାମାଲ ହେବେ ଏହି ଦୁଇ ରାଶି। ଅର୍ଥାତ ଧନସମ୍ପଦ, ସମୃଦ୍ଧି, ଯଶ ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା…

ବିଛା ରାଶି:
ଏହି ରାଶିର ବ୍ୟକ୍ତିବିଶେଷ ଯଦି କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥାନ୍ତି ତେବେ ସଫଳ ହେବେ। ବିବାହ ଲାଗି ଏହି ସମୟ ଅନୁକୂଳ। ବିବାହ ସ୍ଥିର ହୋଇପାରେ। ବ୍ୟବସାୟୀମାନେ ମଧ୍ୟ ଲାଭବାନ ହେବେ। ହେଲେ ପରିବାରଲୋକଙ୍କ ପାଇଁ ସମୟ ବାହାର କରନ୍ତୁ। ମନରେ ଥିବା ପୁରୁଣା କାମନା, ଜମି ନଚେତ ବଙ୍ଗଳା ଆଦିକୁ ନେଇ ଥିବା ଇଚ୍ଛା ପୂରଣ ହେବ। ଘର ନିର୍ମାଣ କରିବେ। ବାହାନ କିଣିବେ ନଚେତ ବଡ଼ ନିବେଶ କରିବାର ଯୋଗ ରହିଛି। ଏଭଳି ସ୍ଥିତିରେ ଫଳ ପ୍ରାପ୍ତି ଲାଗି ସାମାନ୍ୟଠାରୁ ଅଧିକ ପରିଶ୍ରମ କରିବା ଜରୁରୀ।

ଧନୁ ରାଶି:
ଏହି ରାଶିରେ ଶନିଙ୍କ ନକରାତ୍ମକ ପ୍ରଭାବ କମ୍‌ ହେବ। ଫଳରେ ସୁଖ, ସମ୍ପତ୍ତି, ଘର, ବାହାନ, ପାରିବାରିକ ଶାନ୍ତି ଫେରିବ। ଘର, ଫ୍ଲାଟ ଅଥବା ବାହାନ କିଣିବାର ସ୍ବପ୍ନ ପୂରଣ ହୋଇପାରେ। ଏହି ସମୟରେ ହୋମ ଲୋନ୍‌, ଗାଡ଼ି ଲୋନ୍‌, ବ୍ୟବସାୟିକ ଲୋନ୍‌ ନେବା ପାଇଁ ଭଲ ସମୟ। ପରିବାରରେ ଥିବା ମନୋମାଳିନ୍ୟ ତୁଟିଯିବ। ମା’ଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବିବାହର ଯୋଗ ରହିଛି। ପାର୍ଟନରଶିପ୍‌ ବ୍ୟବସାୟରେ ଅଭାବ ତଥା ଅନିଶ୍ଚିତତା ସମାପ୍ତ ହେବ। ଲାଭ ହେବ। ଧନ ସଞ୍ଚୟ କରିପାରିବେ। ପୁରୁଣା ଉଧାର ଶୁଝିଯିବ।

The post ୩୦ ବର୍ଷ ପରେ ଶ୍ରାବଣ ମାସରେ ଶନିଙ୍କ ଶକ୍ତିଶାଳୀ ରାଜଯୋଗ: ଏସବୁ ରାଶିର ବଦଳିିବ ଭାଗ୍ୟ, ଆକସ୍ମିକ ଧନ ଲାଭ ସହ… appeared first on Dharitri Odia News.