ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ଘରେ ପାଣି ଦେଉଥିଲେ। ସେତିକି ବେଳେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଖବର […] The post ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ appeared first on Dharitri Odia News.

ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ଘରେ ପାଣି ଦେଉଥିଲେ। ସେତିକି ବେଳେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ହେଲେ ପୁଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

The post ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ appeared first on Dharitri Odia News.