ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ୟ ବୁଝାମଣା, ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ଦିଗରେ ଆଉ ପାଦ ଆଗକୁ ବଢ଼ିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଚୁକ୍ତିନାମା କାର୍ଯ୍ୟକାରୀ ହୋଇପାରେ । ଶନିବାର ଭାରତ ଏବଂ ୟୁରୋପୀୟ ସଂଘର ଅଧିକାରୀମାନେ ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ଚୁକ୍ତିନାମାରେ ପହଞ୍ଚିବା ଉପରେ ଆଲୋଚନା କରଛନ୍ତି ।କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ୟୁରୋପୀୟ ୟୁନିୟନର ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ୍ ସେଫକୋଭିକ୍ ଓ ଉଭୟ ପକ୍ଷର ଅଧିକାରୀ ମୁମ୍ବାଇରେ ଏହା ଉପରେ ଆଲୋଚନା କରିଛନ୍ତି । ଆଲୋଚନା ଉପରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, 'ଆମ ଆଲୋଚନା ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପ୍ରୟାସକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରିତ ଥିଲା । ଆମେ ଆର୍ଥିକ ସମ୍ପର୍କକୁ ମଜଭୁତ କରିବା ଏବଂ ସମୃଦ୍ଧ ଭାରତ-ୟୁରୋପୀୟ ସଂଘର ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ତତ୍ପର ଅଛୁ ।' ଏହି ଚୁକ୍ତିନାମାର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା । ଉଭୟ ପକ୍ଷ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏକ ନିବେଶ ସୁରକ୍ଷା ଚୁକ୍ତିନାମା ଏବଂ ଭୌଗୋଳିକ ସଂକେତ (GI) ଉପରେ ବି ଚୁକ୍ତିନାମା ନେଇ ଆଲୋଚନା କରୁଛନ୍ତି ।Had a productive meeting with EU Commissioner for Trade & Economic Security @MarosSefcovic, along
ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ଦିଗରେ ଆଉ ପାଦ ଆଗକୁ ବଢ଼ିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଚୁକ୍ତିନାମା କାର୍ଯ୍ୟକାରୀ ହୋଇପାରେ । ଶନିବାର ଭାରତ ଏବଂ ୟୁରୋପୀୟ ସଂଘର ଅଧିକାରୀମାନେ ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ଚୁକ୍ତିନାମାରେ ପହଞ୍ଚିବା ଉପରେ ଆଲୋଚନା କରଛନ୍ତି ।
କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ୟୁରୋପୀୟ ୟୁନିୟନର ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ୍ ସେଫକୋଭିକ୍ ଓ ଉଭୟ ପକ୍ଷର ଅଧିକାରୀ ମୁମ୍ବାଇରେ ଏହା ଉପରେ ଆଲୋଚନା କରିଛନ୍ତି । ଆଲୋଚନା ଉପରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, 'ଆମ ଆଲୋଚନା ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପ୍ରୟାସକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରିତ ଥିଲା । ଆମେ ଆର୍ଥିକ ସମ୍ପର୍କକୁ ମଜଭୁତ କରିବା ଏବଂ ସମୃଦ୍ଧ ଭାରତ-ୟୁରୋପୀୟ ସଂଘର ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ତତ୍ପର ଅଛୁ ।' ଏହି ଚୁକ୍ତିନାମାର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା । ଉଭୟ ପକ୍ଷ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏକ ନିବେଶ ସୁରକ୍ଷା ଚୁକ୍ତିନାମା ଏବଂ ଭୌଗୋଳିକ ସଂକେତ (GI) ଉପରେ ବି ଚୁକ୍ତିନାମା ନେଇ ଆଲୋଚନା କରୁଛନ୍ତି ।
Had a productive meeting with EU Commissioner for Trade & Economic Security @MarosSefcovic, along with officials from both sides.
Our discussions focused on accelerating efforts towards a balanced & mutually beneficial Free Trade Agreement. Looking forward to deepening economic… pic.twitter.com/RGrdAE8L2Y— Piyush Goyal (@PiyushGoyal) March 1, 2025
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଫେବୃଆରୀ ୨୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ FTA ପାଇଁ ଦଶମ ପର୍ଯ୍ୟାୟ ଆଲୋଚନା ମାର୍ଚ୍ଚ ୧୦-୧୪ ପର୍ଯ୍ୟନ୍ତ ବ୍ରୁସେଲ୍ସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପଙ୍କ ଟାରିଫ୍ ଧମକକୁ ଦେଖିଲେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନର ଅନିଶ୍ଚିତ ବିଶ୍ୱ ଅର୍ଥନୈତିକ ପରିସ୍ଥିତିରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ହାରରେ ଅଭିବୃଦ୍ଧି ନେଇ ଆକଳନ କରାଯାଇଛି ।
୨୦୧୩ରେ ମତଭେଦ ଯୋଗୁଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆଗକୁ ବଢିପାରିନଥିଲା । ଆଠ ବର୍ଷ ପରେ ଭାରତ ଏବଂ ୨୭ ଦେଶର ସଂଘ ୟୁରୋପୀୟ ୟୁନିୟନ ମଧ୍ୟରେ ୨୦୨୨ ଜୁନରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଥିଲା । ୟୁରୋପୀୟ ସଂଘ ମଦ, ସ୍ପିରିଟ୍ ଉପରେ ଟିକସ ହ୍ରାସ ସହିତ ଅଟୋମୋବାଇଲ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଳ୍କ ହ୍ରାସ ଚାହୁଁଛି । ଯଦି ଚୁକ୍ତିନାମା ସ୍ୱାକ୍ଷରିତ ହୁଏ, ତେବେ ଇୟୁକୁ ଭାରତୀୟ ସାମଗ୍ରୀ ଯେପରିକି ପୋଷାକ, ଔଷଧ, ଇସ୍ପାତ, ପେଟ୍ରୋଲିୟମ ଉତ୍ପାଦ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ରପ୍ତାନି ହୋଇପାରିବ । ଅନ୍ୟପଟେ ଭାରତ ମଧ୍ୟ ଆଇଟି କ୍ଷେତ୍ର ପାଇଁ ଡାଟା ସୁରକ୍ଷା ଚାହୁଁଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ୟୁରୋପୀୟ ୟୁନିୟନ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୧୩୭.୪୧ ବିଲିୟନ ଆମେରିକୀୟ ଡଲାର ଥିଲା । EUକୁ ରପ୍ତାନି ୭୫.୯୨ ବିଲିୟନ ଆମେରିକୀୟ ଡଲାର ଏବଂ EUରୁ ଆମଦାନୀ ୬୧.୪୮ ବିଲିୟନ ଆମେରିକୀୟ ଡଲାର ଥିଲା । ୨୦୨୩ରେ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ୫୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ଏଥିରେ ଭାରତୀୟ ରପ୍ତାନି ୩୦ ବିଲିୟନ ଆମେରିକୀୟ ଡଲାର ଏବଂ ଆମଦାନୀ ୨୩ ବିଲିୟନ ଆମେରିକୀୟ ଡଲାର, ଯାହା ସେବା କ୍ଷେତ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ । ଭାରତରେ ୟୁରୋପୀୟ ସଂଘର ନିବେଶ ୧୧୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି ଏବଂ ପ୍ରାୟ ୬,୦୦୦ ୟୁରୋପୀୟ କମ୍ପାନି ଭାରତରେ ଅଛନ୍ତି । ୟୁରୋପୀୟ ସଂଘରେ ଭାରତର ନିବେଶ ପ୍ରାୟ ୪୦ ବିଲିୟନ ଡଲାର ।