୨ କୋଟିର ରହିଛି ବେସ୍‌ ପ୍ରାଇସ୍‌, ୫ ପ୍ଲେୟର ରହିଯିବେ ଅନସୋଲ୍ଡ ! ଚଳିତ ନିଲାମୀ ସମସ୍ତଙ୍କୁ କରିବ ଚକିତ

ନୂଆଦିଲ୍ଲୀ ୨୪।୧୧: ଆଇପିଏଲ୍ ୨୦୨୫ । କିଛି ଦିନ ପରେ ହେବ ମେଗା ନିଲାମ । ଏଥିପାଇଁ ଜୋରସୋରରେ ଚାଲିଛି ଚର୍ଚ୍ଚା । ମେଗା ନିଲାମରେ ୮୧ ପ୍ଲେୟରଙ୍କର ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି । କିନ୍ତୁ ଏପରି କିଛି ପ୍ଲେୟର ଅଛନ୍ତି ଯିଏକି ଅକ୍ସନରେ ରହିଯିବେ ଅନସୋଲ୍ଡ । ଆଇପିଏଲ୍ ୨୦୨୫ ମେଗା ନିଲାମ ପାଇଁ ରେଜିଷ୍ଟ୍ରେସନ କରିଥିଲେ ୧୫୭୪ ପ୍ଲେୟର ।  ସେଥିମଧ୍ୟରୁ କେବଳ ୫୭୪ ଜଣ ପ୍ଲେୟର ହୋଇଛନ୍ତି ସର୍ଟଲିଷ୍ଟ । ଦୁନିଆରେ ଅନେକ ଟପ୍ ଖେଳାଳୀ ଅଛନ୍ତି ଯେଉଁମାନେ ସେମାନଙ୍କର ବେସ୍‌ ପ୍ରାଇଲ୍‌ ରଖିଛନ୍ତି ୨ କୋଟି । କିନ୍ତୁ ଏମାନେ ହୋଇପାରିବେନି ସୋଲ୍ଡ ।  ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ଷ୍ଟିଭ୍‌ ସ୍ମିଥ୍‌ । ସେ ୨୦୨୧ ପରଠାରୁ ଖେଳୁନାହାନ୍ତି ଆଇପିଏଲ୍‌ । ଏମିତିକି ସେ ୨୦୨୨ ଆଇପିଏଲ୍‌ରେ ରହିଥିଲେ ଅନସୋଲ୍ଡ । ଚଳିତବର୍ଷ ନିଲାମୀରେ ଷ୍ଟିଭ୍‌ ସ୍ମିଥ୍‌ ରିଟର୍ଣ୍ଣ କରିବେ । କିନ୍ତୁ ଜଣେ ଭଲ ଟେଷ୍ଟ ବ୍ୟାଟର ହେବାର ଟ୍ୟାଗ ହେବା ନିଲାମରେ ତାଙ୍କ ପାଇଁ ହୋଇପାରେ ବଡ ଘାଟା । ଏମିତିକି ସେ ନିଲାମୀରେ ରହିପାରନ୍ତି ଅନସୋଲ୍ଡ  । ଏହାପଛକୁ ଅଛନ୍ତି କେନ୍‌ ଓ୍ବିଲିୟମ୍‌ସନ୍‌ । ଆଇପିଏଲରେ ତାଙ୍କର ଆଭରେଜ୍‌ ୩୫ରୁ ଅଧିକ ରହିଛି । କିନ୍ତୁ ତାଙ୍କର ୧୨୫ ଷ୍ଟ୍ରାଇକ୍ ରେଟ୍‌ ତାଙ୍କ ଉପରେ ପଡିପାରେ ଭାରୀ । ଓ୍ବିଲିୟମ୍‌ସନ ଟି-୨୦ ମ୍ୟାଚ୍‌ରେ ନିଜର ଷ୍ଟ୍ରାଇକ୍ ରେଟ୍‌ ଯୋଗୁଁ ଟ୍ରୋଲ୍‌ ହୋଇଥାନ୍ତି । ନିଲାମରେ ଏହି ଦିଗ ତାଙ୍କ ପାଇଁ ସବୁଠାର

୨ କୋଟିର ରହିଛି ବେସ୍‌ ପ୍ରାଇସ୍‌, ୫ ପ୍ଲେୟର ରହିଯିବେ ଅନସୋଲ୍ଡ ! ଚଳିତ ନିଲାମୀ ସମସ୍ତଙ୍କୁ କରିବ ଚକିତ

ନୂଆଦିଲ୍ଲୀ ୨୪।୧୧: ଆଇପିଏଲ୍ ୨୦୨୫ । କିଛି ଦିନ ପରେ ହେବ ମେଗା ନିଲାମ । ଏଥିପାଇଁ ଜୋରସୋରରେ ଚାଲିଛି ଚର୍ଚ୍ଚା । ମେଗା ନିଲାମରେ ୮୧ ପ୍ଲେୟରଙ୍କର ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି । କିନ୍ତୁ ଏପରି କିଛି ପ୍ଲେୟର ଅଛନ୍ତି ଯିଏକି ଅକ୍ସନରେ ରହିଯିବେ ଅନସୋଲ୍ଡ । ଆଇପିଏଲ୍ ୨୦୨୫ ମେଗା ନିଲାମ ପାଇଁ ରେଜିଷ୍ଟ୍ରେସନ କରିଥିଲେ ୧୫୭୪ ପ୍ଲେୟର ।  ସେଥିମଧ୍ୟରୁ କେବଳ ୫୭୪ ଜଣ ପ୍ଲେୟର ହୋଇଛନ୍ତି ସର୍ଟଲିଷ୍ଟ । ଦୁନିଆରେ ଅନେକ ଟପ୍ ଖେଳାଳୀ ଅଛନ୍ତି ଯେଉଁମାନେ ସେମାନଙ୍କର ବେସ୍‌ ପ୍ରାଇଲ୍‌ ରଖିଛନ୍ତି ୨ କୋଟି । କିନ୍ତୁ ଏମାନେ ହୋଇପାରିବେନି ସୋଲ୍ଡ ।  

ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ଷ୍ଟିଭ୍‌ ସ୍ମିଥ୍‌ । ସେ ୨୦୨୧ ପରଠାରୁ ଖେଳୁନାହାନ୍ତି ଆଇପିଏଲ୍‌ । ଏମିତିକି ସେ ୨୦୨୨ ଆଇପିଏଲ୍‌ରେ ରହିଥିଲେ ଅନସୋଲ୍ଡ । ଚଳିତବର୍ଷ ନିଲାମୀରେ ଷ୍ଟିଭ୍‌ ସ୍ମିଥ୍‌ ରିଟର୍ଣ୍ଣ କରିବେ । କିନ୍ତୁ ଜଣେ ଭଲ ଟେଷ୍ଟ ବ୍ୟାଟର ହେବାର ଟ୍ୟାଗ ହେବା ନିଲାମରେ ତାଙ୍କ ପାଇଁ ହୋଇପାରେ ବଡ ଘାଟା । ଏମିତିକି ସେ ନିଲାମୀରେ ରହିପାରନ୍ତି ଅନସୋଲ୍ଡ  । 

ଏହାପଛକୁ ଅଛନ୍ତି କେନ୍‌ ଓ୍ବିଲିୟମ୍‌ସନ୍‌ । ଆଇପିଏଲରେ ତାଙ୍କର ଆଭରେଜ୍‌ ୩୫ରୁ ଅଧିକ ରହିଛି । କିନ୍ତୁ ତାଙ୍କର ୧୨୫ ଷ୍ଟ୍ରାଇକ୍ ରେଟ୍‌ ତାଙ୍କ ଉପରେ ପଡିପାରେ ଭାରୀ । ଓ୍ବିଲିୟମ୍‌ସନ ଟି-୨୦ ମ୍ୟାଚ୍‌ରେ ନିଜର ଷ୍ଟ୍ରାଇକ୍ ରେଟ୍‌ ଯୋଗୁଁ ଟ୍ରୋଲ୍‌ ହୋଇଥାନ୍ତି । ନିଲାମରେ ଏହି ଦିଗ ତାଙ୍କ ପାଇଁ ସବୁଠାରୁ ବଡ ଶତ୍ରୁ ବୋଲି ପ୍ରମାଣିତ ହୋଇପାରେ । 

ଗତ ୨ଟି ସିଜିନରେ ଉମେଶ ଯାଦବଙ୍କ ପ୍ରଦର୍ଶନ ବହୁତ ହ୍ରାସ ପାଇଛି । ୨୦୨୪ରେ ସେ ଗୁଜୁରାଟ ଟାଇଟାନ୍ସ ପାଇଁ ୭ଟି ମ୍ୟାଚ ଖେଳି ନେଇଥିଲେ ମାତ୍ର ୮ଟି ୱିକେଟ୍ । ସେହିପରି ୧୦ ଇକୋନୋମୀ ରେଟ୍‌ରେ ରନ୍‌ ଦେଉଥିବା ଉମେଶ ଯାଦବଙ୍କ ଉପରେ ବୋଧେ କୌଣସି ଟିମ୍‌ ୨କୋଟି ଟଙ୍କାର ପ୍ରାରମ୍ଭିକ ବୋଲି ଲଗାଇବେ । 

ଇଂଲଣ୍ଡର ଜେମ୍ସ ବିସ୍‌ କ୍ରିଜ୍‌ରେ ଜବରଦସ୍ତ ବ୍ୟାଟିଂ କରିଥାନ୍ତି । କିନ୍ତୁ ସେ ମଧ୍ୟ ଖରାପ ଷ୍ଟ୍ରାଇକ୍‌ ରେଟ୍‌ କାରଣରୁ ଅକଡରେ ପଡିପାରନ୍ତି । ଇଣ୍ଟରନ୍ୟାସନାଲ୍‌ ଟି-୨୦ ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୯ରୁ ମଧ୍ୟ କମ୍‌ ରହିଛି । 

ଇଂଲଣ୍ଡର ଟାଇମାଲ୍ ମିଲ୍ସ । ୨୦୧୭ରେ RCB ପାଇଁ ଖେଳିଥିଲେ । ଏହାପରେ ୪ ବର୍ଷ ଯାଏଁ ହଜିଯାଇଥିଲେ । ପୁନଶ୍ଚ ସେ ୨୦୨୨ରେ MI ପାଇଁ ଖେଳିଥିଲେ । ତାଙ୍କ ବୋଲିଂରେ ଭ୍ୟାରିଏସନ୍‌ ରହିଛି । କିନ୍ତୁ ଇକୋନୋମୀ ରେଟ୍‌ରେ ନିୟନ୍ତ୍ରଣ ନକରିବା କାରଣରୁ ନିଲାମୀରେ ତାଙ୍କୁ ବହୁତ ଭାରୀ ପଡିପାରେ । ତେବେ ଦେଖାଯାଉ ଏହି ପ୍ଲେୟର କେତେ ପ୍ରାଇସ୍‌ରେ ହେଉଛନ୍ତି ସୋଲ୍ଡ ।