ନିଜ ବିବାହକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ, କହିଲେ-ଏହା ମୋର ବ୍ୟକ୍ତିଗତ ପସନ୍ଦ
ମୁମ୍ଵାଇ ୧୩।୦୬: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚଳିତ ମାସ ଶେଷ ଆଡ଼କୁ ନିଜର ଦୀର୍ଘ ଦିନର ପ୍ରେମିକା ଜାହିର ଇକବାଲଙ୍କୁ ବିବାହ କରିବା ନେଇ ସଂପ୍ରତି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏ ନେଇ ଅଭିନେତ୍ରୀଙ୍କ ପିତା ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ଭାଇ ଲଭ୍ ସିହ୍ନା ଏହା ଉପରେ ପ୍ରତିକ୍ରିୟା ଦେବା ପରେ ସୋନାକ୍ଷୀ ଏ ବିଷୟରେ ଖୋଲାଖୋଲି ନିଜର ମତ ରଖିଛନ୍ତି।ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, “ପ୍ରଥମତଃ ଏହା ଅନ୍ୟ କାହାର ସମସ୍ୟା ନୁହେଁ। ଦ୍ୱିତୀୟତଃ ଏହା ମୋର ବ୍ୟକ୍ତିଗତ ପସନ୍ଦ। ତେଣୁ ମୁଁ ଜାଣେ ନାହିଁ କାହିଁକି ଲୋକମାନେ ଏହା ବିଷୟରେ ଏତେ ଚିନ୍ତିତ। ଲୋକମାନେ ମୋ ବିବାହ ବିଷୟରେ ମୋ ପିତାମାତାଙ୍କ ଅପେକ୍ଷା ଅଧିକ ପଚାରୁଛନ୍ତି, ତେଣୁ ଏହା ମୋତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି। ଲୋକଙ୍କ ଏମିତି ବ୍ୟବହାର ଦେଖି ବର୍ତ୍ତମାନ ମୁଁ ଏଥିରେ ଅଭ୍ୟସ୍ତ ହୋଇଗଲିଣି। ଏହା ମୋତେ ଚକିତ କରୁନାହିଁ। କାରଣ ଲୋକମାନେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଆଗ୍ରହୀ ଅଟନ୍ତି। ମୁଁ ଏହାକୁ ନେଇ କ’ଣ କରିପାରିବି? ”ନିକଟରେ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜାହିରଙ୍କ ବିବାହ ସଂପର୍କରେ ମୁହଁ ଖୋଲିଥିଲେ ଶତ୍ରୁଘ୍ନ । ସେ କହିଥିଲେ ଯେ ତାଙ୍କ ଝିଅ ବିବାହ ବିଷୟରେ କିଛି ଜାଣି ନାହାନ୍ତି । ବରଂ ଗଣମାଧ୍ୟମ ଠାରୁ ସବୁ ଜାଣୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଯେତେବେଳେ ବି ତାଙ୍କ ଝିଅ ସେମାନଙ୍କୁ ବିବାହ ବିଷୟରେ ଜଣାଇବେ ସେ
ମୁମ୍ଵାଇ ୧୩।୦୬: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚଳିତ ମାସ ଶେଷ ଆଡ଼କୁ ନିଜର ଦୀର୍ଘ ଦିନର ପ୍ରେମିକା ଜାହିର ଇକବାଲଙ୍କୁ ବିବାହ କରିବା ନେଇ ସଂପ୍ରତି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏ ନେଇ ଅଭିନେତ୍ରୀଙ୍କ ପିତା ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ଭାଇ ଲଭ୍ ସିହ୍ନା ଏହା ଉପରେ ପ୍ରତିକ୍ରିୟା ଦେବା ପରେ ସୋନାକ୍ଷୀ ଏ ବିଷୟରେ ଖୋଲାଖୋଲି ନିଜର ମତ ରଖିଛନ୍ତି।
ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, “ପ୍ରଥମତଃ ଏହା ଅନ୍ୟ କାହାର ସମସ୍ୟା ନୁହେଁ। ଦ୍ୱିତୀୟତଃ ଏହା ମୋର ବ୍ୟକ୍ତିଗତ ପସନ୍ଦ। ତେଣୁ ମୁଁ ଜାଣେ ନାହିଁ କାହିଁକି ଲୋକମାନେ ଏହା ବିଷୟରେ ଏତେ ଚିନ୍ତିତ। ଲୋକମାନେ ମୋ ବିବାହ ବିଷୟରେ ମୋ ପିତାମାତାଙ୍କ ଅପେକ୍ଷା ଅଧିକ ପଚାରୁଛନ୍ତି, ତେଣୁ ଏହା ମୋତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି। ଲୋକଙ୍କ ଏମିତି ବ୍ୟବହାର ଦେଖି ବର୍ତ୍ତମାନ ମୁଁ ଏଥିରେ ଅଭ୍ୟସ୍ତ ହୋଇଗଲିଣି। ଏହା ମୋତେ ଚକିତ କରୁନାହିଁ। କାରଣ ଲୋକମାନେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଆଗ୍ରହୀ ଅଟନ୍ତି। ମୁଁ ଏହାକୁ ନେଇ କ’ଣ କରିପାରିବି? ”
ନିକଟରେ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜାହିରଙ୍କ ବିବାହ ସଂପର୍କରେ ମୁହଁ ଖୋଲିଥିଲେ ଶତ୍ରୁଘ୍ନ । ସେ କହିଥିଲେ ଯେ ତାଙ୍କ ଝିଅ ବିବାହ ବିଷୟରେ କିଛି ଜାଣି ନାହାନ୍ତି । ବରଂ ଗଣମାଧ୍ୟମ ଠାରୁ ସବୁ ଜାଣୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଯେତେବେଳେ ବି ତାଙ୍କ ଝିଅ ସେମାନଙ୍କୁ ବିବାହ ବିଷୟରେ ଜଣାଇବେ ସେ ଏବଂ ତାଙ୍କ ପତ୍ନୀ ତାଙ୍କୁ ଆଶୀର୍ବାଦ ଦେବେ।