ସୀମାରେ BSF ଜବାନଙ୍କୁ ଧରିନେଲେ ପାକିସ୍ତାନୀ ରେଞ୍ଜର୍ସ, ଆଖିରେ ପଟି ବାନ୍ଧି ଜାରି କଲେ ଫଟୋ
ଅମୃତସର ୨୪।୪: ପଞ୍ଜାବ ବର୍ଡରରୁ ଏକ ବଡ଼ ଖବର ଆସୁଛି। ପାକିସ୍ତାନୀ ରେଞ୍ଜର୍ସ ସୀମାରେ ଜଣେ ବିଏସଏଫ ଜବାନଙ୍କୁ ଗିରଫ କରିଛନ୍ତି। କୁହାଯାଉଛି ଜବାନ ପାଟ୍ରୋଲିଂ କାଳରେ ଭୁଲ କ୍ରମେ ସୀମା ପାର କରିଯାଇଥିଲେ। ୧୮୨ ବଟାଲିୟନର କନଷ୍ଟେବଲ ପି.କେ. ସିଂହଙ୍କୁ ପଞ୍ଜାବର ଫିରୋଜପୁର ସେକ୍ଟରରେ ଅଟକ କରାଯାଇଛି। ଭାରତୀୟ ଜବାନଙ୍କୁ ମୁକ୍ତ କରାଇବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ) ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ଫ୍ଲାଗ୍ ମିଟିଂ ଚାଲିଛି। ରିପୋର୍ଟ ଅନୁସାରେ ଏହି ମାମଲା ଗୁରୁବାର ମଧ୍ୟାହ୍ନ ୨ଟା ପାଖାପାଖି ହୋଇଛି। ଜବାନ ୟୁନିଫର୍ମରେ ଥିଲେ ଓ ତାଙ୍କ ପାଖରେ ତାଙ୍କର ସର୍ଭିସ ରାଇଫଲ ଥିଲା। ସେ ଚାଷୀଙ୍କ ସହ କଥା ହେଉଥିଲେ, ଯେତେବେଳେ ଆରାମ କରିବା ପାଇଁ ଗଛ ଛାଇକୁ ଗଲେ ତାଙ୍କୁ ରେଞ୍ଜର୍ସ ଧରି ନେଇଥିଲେ। ତେବେ ଭାରତୀୟ ଜବାନଙ୍କ ମୁକ୍ତି ନିମନ୍ତେ ଆଲୋଚନା ଚାଲିଛି। ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ଭୁଲକ୍ରମେ ସୀମା ପାର କରି ଯାଇଥିବା ବିଏସଏଫ ଜବାନଙ୍କ ମୁକ୍ତି ନିମନ୍ତେ ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ୱାଘା-ଅଟାରୀ ସାମୀରେ ଫ୍ଲାଗ ମିଟିଂ ଚାଲିଛି। ଏହି ଘଟଣା ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଘଟଣା ପରେ ଏକ ସମ୍ବେଦନଶୀଳ ସମୟରେ ହୋଇଛି। ଏହି ଆତଙ୍କବାଦୀ ଗୁଳି କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଜବାବରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଡ଼ା ନିଷ୍ପତ୍ତି ନେଇଛି। ଏଥି ଯୋଗୁ ଦୁଇ
ଅମୃତସର ୨୪।୪: ପଞ୍ଜାବ ବର୍ଡରରୁ ଏକ ବଡ଼ ଖବର ଆସୁଛି। ପାକିସ୍ତାନୀ ରେଞ୍ଜର୍ସ ସୀମାରେ ଜଣେ ବିଏସଏଫ ଜବାନଙ୍କୁ ଗିରଫ କରିଛନ୍ତି। କୁହାଯାଉଛି ଜବାନ ପାଟ୍ରୋଲିଂ କାଳରେ ଭୁଲ କ୍ରମେ ସୀମା ପାର କରିଯାଇଥିଲେ। ୧୮୨ ବଟାଲିୟନର କନଷ୍ଟେବଲ ପି.କେ. ସିଂହଙ୍କୁ ପଞ୍ଜାବର ଫିରୋଜପୁର ସେକ୍ଟରରେ ଅଟକ କରାଯାଇଛି। ଭାରତୀୟ ଜବାନଙ୍କୁ ମୁକ୍ତ କରାଇବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ) ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ଫ୍ଲାଗ୍ ମିଟିଂ ଚାଲିଛି।
ରିପୋର୍ଟ ଅନୁସାରେ ଏହି ମାମଲା ଗୁରୁବାର ମଧ୍ୟାହ୍ନ ୨ଟା ପାଖାପାଖି ହୋଇଛି। ଜବାନ ୟୁନିଫର୍ମରେ ଥିଲେ ଓ ତାଙ୍କ ପାଖରେ ତାଙ୍କର ସର୍ଭିସ ରାଇଫଲ ଥିଲା। ସେ ଚାଷୀଙ୍କ ସହ କଥା ହେଉଥିଲେ, ଯେତେବେଳେ ଆରାମ କରିବା ପାଇଁ ଗଛ ଛାଇକୁ ଗଲେ ତାଙ୍କୁ ରେଞ୍ଜର୍ସ ଧରି ନେଇଥିଲେ। ତେବେ ଭାରତୀୟ ଜବାନଙ୍କ ମୁକ୍ତି ନିମନ୍ତେ ଆଲୋଚନା ଚାଲିଛି। ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ଭୁଲକ୍ରମେ ସୀମା ପାର କରି ଯାଇଥିବା ବିଏସଏଫ ଜବାନଙ୍କ ମୁକ୍ତି ନିମନ୍ତେ ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ୱାଘା-ଅଟାରୀ ସାମୀରେ ଫ୍ଲାଗ ମିଟିଂ ଚାଲିଛି।
ଏହି ଘଟଣା ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଘଟଣା ପରେ ଏକ ସମ୍ବେଦନଶୀଳ ସମୟରେ ହୋଇଛି। ଏହି ଆତଙ୍କବାଦୀ ଗୁଳି କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଜବାବରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଡ଼ା ନିଷ୍ପତ୍ତି ନେଇଛି। ଏଥି ଯୋଗୁ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ସହିତ ଅନ୍ତର୍ଜାତୀୟ ସୀମା ଉପରେ ନଜର କଡ଼ାକଡ଼ି କରିଛି।