ଅବକାରୀ ଯୁଗ୍ମ କମିସନରଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଭୁବନେଶ୍ଵରରେ ଖାଲି ୫୨ ପ୍ଲଟ୍
ଭୁବନେଶ୍ଵର: ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଅବକାରୀ ଜଏଣ୍ଟ କମିସନର ରାମ ଚନ୍ଦ୍ର ମିଶ୍ର । ତାଙ୍କ ଘର ଓ ଅଫିସ ସମେତ ୧୦ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ବାବୁଙ୍କର ମାଳ ପ୍ଲଟ୍ ଓ ଫ୍ଲାଟ୍ , ସୁନା ରୂପା ଗହଣା, ନଗଦ ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ବଲାଙ୍ଗୀର , ସୋନପୁର ସମେତ ସମ୍ବଲପୁରରେ ଚଢାଉ ଜାରି ରହିଛି । ଭୁବନେଶ୍ବରରେ ଭଡା ଘରେ ରହୁଥିବା ଅବକାରୀ ବିଭାଗ ବାବୁଙ୍କର କେବଳ ଭୁବନେଶ୍ବରରେ ୫୨ ପ୍ଲଟ ଥିବା ଯାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ । ଅବକାରୀ ବାବୁଙ୍କର ମାଳ ମାଳ ପ୍ଲଟ୍ସାଙ୍ଗକୁ ଏକାଧିକ ଫ୍ଲାଟ୍ । କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ୍। ହେଲେ ବାବୁ ଏବେବି ରହୁଛନ୍ତି ଭଡ଼ାଘରେ । ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଭୁବନେଶ୍ବର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର । ଆଜି ଭିଜିଲାନ୍ସ ବିଭାଗ ଏହି ସରକାରୀ ବାବୁଙ୍କ ଘରେ ଚଢାଉ କଲା ପରେ ତାଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ । ବାବୁଙ୍କର ପୋତା ଯେତିକି ଉଭା ସେତିକି । ବାବୁଙ୍କର ଚାଲିଚଲଣ ଓ ଆଚାର ବ୍ୟବହାର ଦେଖିଲେ ଜାଣିହେବନି ଯେ ବାବୁ କୋଟି କୋଟି ଟଙ୍କାର ମାଲିକ । କାରଣ ବାବୁ ରହୁଛନ୍ତି ଭଡ଼ାଘରେ ଓ ଚଢୁଛନ୍ତି ବାଇକ୍ । ଆଜି ଭିଜିଲାନ୍ସ ଟିମ୍ ତାଙ୍କ ଅଫିସ, ଭଡ଼ା ଘର ସମେତ ଭୁବନେଶ୍ବର, ବଲାଙ୍ଗିର, ସୋନପୁର, ସମ୍ବଲପୁର ଆଦି ୧୦ଟି ସ୍ଥାନରେ
ଭୁବନେଶ୍ଵର: ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଅବକାରୀ ଜଏଣ୍ଟ କମିସନର ରାମ ଚନ୍ଦ୍ର ମିଶ୍ର । ତାଙ୍କ ଘର ଓ ଅଫିସ ସମେତ ୧୦ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ବାବୁଙ୍କର ମାଳ ପ୍ଲଟ୍ ଓ ଫ୍ଲାଟ୍ , ସୁନା ରୂପା ଗହଣା, ନଗଦ ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ବଲାଙ୍ଗୀର , ସୋନପୁର ସମେତ ସମ୍ବଲପୁରରେ ଚଢାଉ ଜାରି ରହିଛି । ଭୁବନେଶ୍ବରରେ ଭଡା ଘରେ ରହୁଥିବା ଅବକାରୀ ବିଭାଗ ବାବୁଙ୍କର କେବଳ ଭୁବନେଶ୍ବରରେ ୫୨ ପ୍ଲଟ ଥିବା ଯାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ ।
ଅବକାରୀ ବାବୁଙ୍କର ମାଳ ମାଳ ପ୍ଲଟ୍ସାଙ୍ଗକୁ ଏକାଧିକ ଫ୍ଲାଟ୍ । କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ୍। ହେଲେ ବାବୁ ଏବେବି ରହୁଛନ୍ତି ଭଡ଼ାଘରେ । ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଭୁବନେଶ୍ବର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର । ଆଜି ଭିଜିଲାନ୍ସ ବିଭାଗ ଏହି ସରକାରୀ ବାବୁଙ୍କ ଘରେ ଚଢାଉ କଲା ପରେ ତାଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ।
ବାବୁଙ୍କର ପୋତା ଯେତିକି ଉଭା ସେତିକି । ବାବୁଙ୍କର ଚାଲିଚଲଣ ଓ ଆଚାର ବ୍ୟବହାର ଦେଖିଲେ ଜାଣିହେବନି ଯେ ବାବୁ କୋଟି କୋଟି ଟଙ୍କାର ମାଲିକ । କାରଣ ବାବୁ ରହୁଛନ୍ତି ଭଡ଼ାଘରେ ଓ ଚଢୁଛନ୍ତି ବାଇକ୍ । ଆଜି ଭିଜିଲାନ୍ସ ଟିମ୍ ତାଙ୍କ ଅଫିସ, ଭଡ଼ା ଘର ସମେତ ଭୁବନେଶ୍ବର, ବଲାଙ୍ଗିର, ସୋନପୁର, ସମ୍ବଲପୁର ଆଦି ୧୦ଟି ସ୍ଥାନରେ ଏକାଳୀନ ଚଢାଉ କରିଛି । ଚଢାଉ ବେଳେ ମିଳିଛି ବାବୁଙ୍କର ଅଚଳାଚଳ ସଂପତ୍ତି । ଭୁବନେଶ୍ବରରେ ୫୨ ପ୍ଲଟ୍, ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଟୁ-ବିଏଚ୍କେ ଫ୍ଲାଟ୍, ବଲାଙ୍ଗିର ଠିକାଦାରପଡ଼ା, ସମ୍ବଲପୁର ଅଇଁଠାପାଲି, ବୁର୍ଲା, ତରଭାରେ ଘର । ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ 2 BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସିରେ 3 BHK ଆପାର୍ଟମେଣ୍ଟ । ସୋନପୁରର ତରଭାରେ ରାଇସ୍ ମିଲ୍ ଓ ସୋନପୁରରେ ରହିଛି ଫାର୍ମ ହାଉସ୍ ।
କେବଳ ପ୍ଲଟ୍ କି ଫ୍ଲାଟ୍ ନୁହେଁ ଘରୁ ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି। ତେବେ ବାବୁ ଯାହାକୁ ଭଡା ଘର ବୋଲି ଦର୍ଶାଇଛନ୍ତି ତାହା ମଧ୍ୟ ବାବୁଙ୍କର ଏକ ବେନାମୀ ଘର ବୋଲି ଭିଜିଲାନ୍ସ ସଂନ୍ଦେହ କରୁଛି । ଏଯାବତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ରାମଚନ୍ଦ୍ର ମିଶ୍ର ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର ପଦବୀରେ କାର୍ଯ୍ୟଆରମ୍ଭ କରିଥିଲେ। ଆଉ ପ୍ରମୋସନା ପାଇ ଏବେ ସେ ଜଏଣ୍ଟ କମିଶନର। ହେଲେ ବାବୁ କହୁଛନ୍ତି ସେ କିଛି ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିନାହାନ୍ତି । ଚଢ଼ାଉ ଜାରି ରହିଥିବାରୁ ଏହି ସମ୍ପତ୍ତି ତାଲିକା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନ୍ସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।