ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବଜ୍ରପାତର ଶିକାର ହେଲେ : ସ୍ବାମୀଙ୍କ ମୃତ୍ୟୁ, ସ୍ତ୍ରୀ ଆହତ
କରଞ୍ଜିଆ ୧୯।୩: ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ବଜ୍ରାଘାତରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତର ମାଣିକ ସାହିରେ ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ସକାଳୁ ପ୍ରବଳ ବର୍ଷା ହେବାରୁ ଗ୍ରାମର ବାଇଧର ସାମଡଙ୍କ ସ୍ତ୍ରୀ ବାହାରକୁ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ । ହେଲେ ବାହାରେ ପ୍ରଥମେ ବଜ୍ରପାତ ହେବାରୁ ସ୍ତ୍ରୀ ପଡିଯାଇଥିଲେ । ସ୍ତ୍ରୀକୁ ଉଦ୍ଧାର କରିବାକୁ ବାଇଧର ଯିବା ସମୟରେ ପୁଣି ଘଡଘଡି ସହ ବଜ୍ରପାତ ହେବାରୁ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ତଳେ ପଡିଯାଇଥିଲେ । କିଛି ସମୟ ପରେ ସ୍ତ୍ରୀଙ୍କ ହୋସ୍ ଆସିଥିବା ବେଳେ ସ୍ବାମୀ ବାଇଧରଙ୍କର ଆଉ ହୋସ୍ ଆସିନଥିଲା । ଗ୍ରାମବାସୀଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ମହୁଲଡିହା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । You Can Read :SCBରେ ବିରଳ ଅସ୍ତ୍ରୋପଚାର, ସଫଳତାର ସହ ବାହାରିଲା ୧୭ବର୍ଷ ବାଳକଙ୍କ ପିଠିରେ ପଶିଥିବା ଡାଳ
କରଞ୍ଜିଆ ୧୯।୩: ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ବଜ୍ରାଘାତରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତର ମାଣିକ ସାହିରେ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ସକାଳୁ ପ୍ରବଳ ବର୍ଷା ହେବାରୁ ଗ୍ରାମର ବାଇଧର ସାମଡଙ୍କ ସ୍ତ୍ରୀ ବାହାରକୁ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ । ହେଲେ ବାହାରେ ପ୍ରଥମେ ବଜ୍ରପାତ ହେବାରୁ ସ୍ତ୍ରୀ ପଡିଯାଇଥିଲେ । ସ୍ତ୍ରୀକୁ ଉଦ୍ଧାର କରିବାକୁ ବାଇଧର ଯିବା ସମୟରେ ପୁଣି ଘଡଘଡି ସହ ବଜ୍ରପାତ ହେବାରୁ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ତଳେ ପଡିଯାଇଥିଲେ । କିଛି ସମୟ ପରେ ସ୍ତ୍ରୀଙ୍କ ହୋସ୍ ଆସିଥିବା ବେଳେ ସ୍ବାମୀ ବାଇଧରଙ୍କର ଆଉ ହୋସ୍ ଆସିନଥିଲା । ଗ୍ରାମବାସୀଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ମହୁଲଡିହା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read :
SCBରେ ବିରଳ ଅସ୍ତ୍ରୋପଚାର, ସଫଳତାର ସହ ବାହାରିଲା ୧୭ବର୍ଷ ବାଳକଙ୍କ ପିଠିରେ ପଶିଥିବା ଡାଳ