JEE MAIN ପାଇଁ ପଞ୍ଜିକରଣ ଆରମ୍ଭ, ଜାନୁଆରୀ ୨୨ରୁ ସେସନ-୧ ପରୀକ୍ଷା, ସୂଚୀ ଜାରି କଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୨୦୨୫ର ପ୍ରଥମ ପରୀକ୍ଷା ପାଇଁ ସୂଚୀ ଜାରି କରିଛି । ଏଥିସହ ଇଞ୍ଜିନିୟରିଂ କୋର୍ସରେ ଭର୍ତ୍ତି ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ସେସନ ପାଇଁ ୨୦୨୪ ନଭେମ୍ୱର ୨୨ ଯାଏ ଅନଲାଇନ୍ ଆବେଦନ କରିହେବ । www.nta.ac.in ଏବଂ https://jeemain.nta.ac.in ଜରିଆରେ ଆବେଦନ କରାଯାଇପାରିବ । ଜେଇଇ ମେନ ଦୁଇଟି ସେସନ (ପର୍ଯ୍ୟାୟ)ରେ ହେବ । ୨୦୨୫ ଜାନୁଆରୀରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୨୦୨୫ ଏପ୍ରିଲରେ ସେସନ-୨ ହେବ । କେବଳ ଅନଲାଇନରେ ହିଁ ଆବେଦନ କରାଯାଇପାରିବ ।ପ୍ରଥମ ସେସନ ପରୀକ୍ଷା ଦ୍ୱାଦଶ ବୋର୍ଡ ପରୀକ୍ଷା ପୂର୍ବରୁ ହୋଇଥାଏ । ଚଳିତ ଥର ଜେଇଇ ମେନ ଜାନୁଆରୀ ୨୨ରୁ ଜାନୁଆରୀ ୩୧ ମଧ୍ୟରେ ଅନୁଷ୍ଠିତ ହେବ । ଏନଟିଏ ସୂଚୀ ଅନୁସାରେ ଜାନୁଆରୀର ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସହର ବାବଦରେ ସୂଚନା ଦିଆଯିବ । ପରୀକ୍ଷାର ତିନି ଦିନ ପୂର୍ବରୁ ଛାତ୍ରଛାତ୍ରୀ ଏନଟିଏ ୱେବସାଇଟରୁ ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରଥମ ସେସନ ପରୀକ୍ଷା ରେଜଲ୍ଟ ୨୦୨୫ ଫେବ୍ରୁଆରୀ ୧୨ ସୁଦ୍ଧା ପ୍ରକାଶ ପାଇପାରେ ।ଏହି ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଏଥିରେ ଇଂରାଜୀ, ଆସାମୀ, ବେଙ୍ଗଲି, ଗୁଜରାଟୀ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ,

JEE MAIN ପାଇଁ ପଞ୍ଜିକରଣ ଆରମ୍ଭ, ଜାନୁଆରୀ ୨୨ରୁ ସେସନ-୧ ପରୀକ୍ଷା, ସୂଚୀ ଜାରି କଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୨୦୨୫ର ପ୍ରଥମ ପରୀକ୍ଷା ପାଇଁ ସୂଚୀ ଜାରି କରିଛି । ଏଥିସହ ଇଞ୍ଜିନିୟରିଂ କୋର୍ସରେ ଭର୍ତ୍ତି ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ସେସନ ପାଇଁ ୨୦୨୪ ନଭେମ୍ୱର ୨୨ ଯାଏ ଅନଲାଇନ୍ ଆବେଦନ କରିହେବ । www.nta.ac.in ଏବଂ https://jeemain.nta.ac.in ଜରିଆରେ ଆବେଦନ କରାଯାଇପାରିବ । ଜେଇଇ ମେନ ଦୁଇଟି ସେସନ (ପର୍ଯ୍ୟାୟ)ରେ ହେବ । ୨୦୨୫ ଜାନୁଆରୀରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୨୦୨୫ ଏପ୍ରିଲରେ ସେସନ-୨ ହେବ । କେବଳ ଅନଲାଇନରେ ହିଁ ଆବେଦନ କରାଯାଇପାରିବ ।

ପ୍ରଥମ ସେସନ ପରୀକ୍ଷା ଦ୍ୱାଦଶ ବୋର୍ଡ ପରୀକ୍ଷା ପୂର୍ବରୁ ହୋଇଥାଏ । ଚଳିତ ଥର ଜେଇଇ ମେନ ଜାନୁଆରୀ ୨୨ରୁ ଜାନୁଆରୀ ୩୧ ମଧ୍ୟରେ ଅନୁଷ୍ଠିତ ହେବ । ଏନଟିଏ ସୂଚୀ ଅନୁସାରେ ଜାନୁଆରୀର ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସହର ବାବଦରେ ସୂଚନା ଦିଆଯିବ । ପରୀକ୍ଷାର ତିନି ଦିନ ପୂର୍ବରୁ ଛାତ୍ରଛାତ୍ରୀ ଏନଟିଏ ୱେବସାଇଟରୁ ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରଥମ ସେସନ ପରୀକ୍ଷା ରେଜଲ୍ଟ ୨୦୨୫ ଫେବ୍ରୁଆରୀ ୧୨ ସୁଦ୍ଧା ପ୍ରକାଶ ପାଇପାରେ ।

ଏହି ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଏଥିରେ ଇଂରାଜୀ, ଆସାମୀ, ବେଙ୍ଗଲି, ଗୁଜରାଟୀ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ସାମିଲ ରହିଛି । ଜେଇଇ ମେନ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ହେବ । ଏନଟିଏରେ ସଂସ୍କାର ଏବଂ ପରୀକ୍ଷା ପ୍ରକ୍ରିୟାକୁ ନିରୀକ୍ଷଣ କରୁଥିବା ଉଚ୍ଚ ସ୍ତରୀୟ କମିଟିର ରିପୋର୍ଟ ଆଗାମୀ କିଛି ଦିନରେ ଆସିବ । ଏହାପରେ ଦ୍ୱିତୀୟ ସେସନ ପାଇଁ ସୂଚୀ ଜାରି କରାଯିବ ।