ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ

ରାଞ୍ଚି, ୨୦।୧: ଏଫ୍‌ଆଇଏଚ୍‌ ମହିଳା ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଜର୍ମାନୀ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଆମେରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ପୂରା ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ଆମେରିକା ଟାଇଟଲ ମୁକାବିଲାରେ କିନ୍ତୁ ଜର୍ମାନୀ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା ଜର୍ମାନୀ। ମ୍ୟାଚର ୩ୟ ମିନିଟରେ ଜେଟେ ଫ୍ଲେସ୍କୁଜ୍‌ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ […] The post ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ appeared first on Dharitri Odia News.

ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ

ରାଞ୍ଚି, ୨୦।୧: ଏଫ୍‌ଆଇଏଚ୍‌ ମହିଳା ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଜର୍ମାନୀ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଆମେରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ପୂରା ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ଆମେରିକା ଟାଇଟଲ ମୁକାବିଲାରେ କିନ୍ତୁ ଜର୍ମାନୀ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା।

ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା ଜର୍ମାନୀ। ମ୍ୟାଚର ୩ୟ ମିନିଟରେ ଜେଟେ ଫ୍ଲେସ୍କୁଜ୍‌ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରିବା ସହ ଆମେରିକା ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ରହିଥିବା ଜର୍ମାନୀ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ପ୍ରାଧାନ୍ୟ ଅବ୍ୟାହତ ରଖିଥିଲା। ୨୦ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ବେଳକୁ ଜର୍ମାନୀର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରିଥିଲେ ସୋଞ୍ଜା ଜିମେରମାନ। ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଆମେରିକା ଗୋଲ ପରିଶୋଧ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ଫଳରେ ଆମେରିକାର ଟ୍ରଫି ଜିତିବା ସ୍ବପ୍ନ ଅଧୁରା ରହିଥିଲା। ତେବେ ଏହି ଟୁର୍ନାମେଣ୍ଟରେ ପ୍ରଥମ ୩ ସ୍ଥାନରେ ରହି ଜର୍ମାନୀ, ଆମେରିକା ଓ ଜାପାନ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

The post ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ appeared first on Dharitri Odia News.