ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ
ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଭାରତରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମନୁ ଭାକରଙ୍କୁ ଭେଟିଛନ୍ତି। ମନୁ ଭାକରଙ୍କ ସହ ତାଙ୍କ କୋଚ ଜସପାଲ ରାଣା ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ତେବେ ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାର […] The post ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଭାରତରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମନୁ ଭାକରଙ୍କୁ ଭେଟିଛନ୍ତି। ମନୁ ଭାକରଙ୍କ ସହ ତାଙ୍କ କୋଚ ଜସପାଲ ରାଣା ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
ତେବେ ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ପୁରୁଣା ଫଟୋ।
ରାହୁଲ ଗାନ୍ଧୀ ଏବଂ ଜସପାଲ ରାଣାଙ୍କ ଭାଇରାଲ ଫଟୋ ଉପରେ ଦାବି କରାଯାଉଛି କି ସେମାନଙ୍କର ବନ୍ଧୁତା ବହୁତ ପୁରୁଣା। ଏହି ଚିତ୍ର ସେମାନଙ୍କ ଯୁବବସ୍ଥା ସମୟର। ସୂଚନାଥାଉ କି, ୫୪ ବର୍ଷ ବୟସରେ ରାହୁଲ ଗାନ୍ଧୀଙ୍କ ଫିଟନେସକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ଏବଂ ଲୋକମାନେ ତାଙ୍କୁ ଏକ ଫିଟନେସ ଫ୍ରିକ ମଧ୍ୟ କହୁଛନ୍ତି।
ରାହୁଲ ଗାନ୍ଧୀଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପଦକ ନେଉଥିବାର ନଜର ଆସିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ୨୬ ଡିସେମ୍ବର ୧୯୮୮ ରୁ ୫ ଜାନୁୟାରୀ ୧୯୮୯ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ୩୨ ତମ ଜାତୀୟ ଶୁଟିଂ ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ସେ ୨୫ ମିଟର ଏୟାର ପିସ୍ତଲରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିିଥିଲେ। ଯାହାର ସାର୍ଟିଫିକେଟ ମଧ୍ୟ ଭାଇରାଲ ହୋଇଛି।
ଏହି ଘଟଣା ୩୪ବର୍ଷ ପୁରୁଣା। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଟେନଶନରେ ରହୁଥିଲେ। କାରଣ ଯୁକ୍ତ ଦୁଇରେ ପଢୁଥିବା ପ୍ରଧାନମନ୍ତ୍ରୀଙ୍କ ପୁଅ ରାହୁଲ ଭଲ ମାର୍କ ରଖି ପାରୁ ନ ଥିଲେ। ଏହି କାରଣରୁ ତାଙ୍କୁ ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜରେ ସିଟ୍ ମିଳୁ ନ ଥିଲା। କଲେଜରେ ଏଣ୍ଟ୍ରି ପାଇଁ ୭୦ରୁ ୮୦% ମାର୍କ ଦରକାର ହେଉଥିବାବେଳେ ରାହୁଲଙ୍କ ପ୍ଲସ ଟୁରେ ମାତ୍ର ୬୧ ପ୍ରତିଶତ ମାର୍କ ରହିଥିଲା। କିନ୍ତୁ ହଠାତ୍ ଏମିତି ଏକ ଚମତ୍କାର ହୋଇଥିଲା ଯେଉଁଥିରେ କଲେଜରେ ତାଙ୍କର ଆଡମିଶନ ହୋଇ ଯାଇଥିଲା। ସେ ଖେଳ କୋଟାରେ କଲେଜରେ ଆଡମିଶନ ପାଇଥିଲେ। ରାଷ୍ଟ୍ରୀୟ ରାଇଫଲ ଆସୋସିଏଶନ ରାହୁଲଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ପତ୍ର ଜାରି କରିଥିଲା। ସେହି ସମୟରେ ସବୁ ଗଣମାଧ୍ୟମରେ ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ରାହୁଲ ଦିଲ୍ଲୀରେ ହୋଇଥିବା ଶୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୮୯ ଜୁଲାଇ ପର୍ଯ୍ୟନ୍ତ ସେ ଶୁଟିଂରେ ୮ଟି ରାଷ୍ଟ୍ରୀୟ ପୁରସ୍କାର ଜିତିଥିଲେ।
ସେତେବେଳେ ରାହୁଲଙ୍କ କୋଚ୍ ଥିଲେ ଡ. ରାଜପାଲ ସିଂ। ସେ ଜଣେ ଅନ୍ତରାଷ୍ଟ୍ରୀୟ ପିସ୍ତଲ ଶୁଟର୍ ଭାବେ ଜଣାଶୁଣା। ସେ କହିଥିଲେ, ୧୯୮୮ରେ ହୋଇଥିବା ଜାତୀୟ ଶୁଟିଂ ଚାମ୍ପିଅନସିପରେ ରାହୁଲ ଦମଦାର୍ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଦେଶ ମଧ୍ୟରୁ ୪୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଜାତୀୟ ଶୁଟିଂ ଚାମ୍ପିଅନସିପ ପୂର୍ବରୁ ରାହୁଲ ୩ଟି ସ୍ବର୍ଣ୍ଣ, ଗୋଟିଏ ରୋପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଥିଲେ।
The post ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ appeared first on Dharitri Odia News.