ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ।୨ ପୁଅ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସକାଳେ ଝିଲି ଘରେ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ପିନ୍ଧା ଲୁଗାରେ ନିଆଁ ଲାଗି ଯାଇଥିଲା। ସାହି ପଡ଼ୋଶୀ ଲୋକେ […] The post ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ… appeared first on Dharitri Odia News.

ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ।୨ ପୁଅ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସକାଳେ ଝିଲି ଘରେ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ପିନ୍ଧା ଲୁଗାରେ ନିଆଁ ଲାଗି ଯାଇଥିଲା। ସାହି ପଡ଼ୋଶୀ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ବର୍ଣ୍ଣ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି।

The post ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ… appeared first on Dharitri Odia News.