ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର( ବୟାଁ ) ମତ୍ସ୍ୟଜୀବୀଙ୍କ ଦ୍ୱାରା ଠାବ କରାଯାଇଛି ।ସମ୍ଭବତଃ ଏହି ନିର୍ଣ୍ଣୟ ଯନ୍ତ୍ର ସମୁଦ୍ରର ଉତ୍ତାଳ ଢେଉରେ ଗଭୀର ସମୁଦ୍ରରୁ ଭାସିଆସି କୂଳ ଆଡକୁ ଆସିଛି ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅନ୍ୟ ଡ଼ଙ୍ଗା ଓ ସ୍ପିଡି ବୋଟ୍‌ରେ କୂଳକୁ ଆଣିଛନ୍ତି ।ଉଦୟପୁର ବେଳାଭୂମିକୁ ଆଗତ ପର୍ଯ୍ୟଟକମାନେ ଉକ୍ତ ଯନ୍ତ୍ରଟିକୁ ଦେଖିବା ଲାଗି […] The post ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ… appeared first on Dharitri Odia News.

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର( ବୟାଁ ) ମତ୍ସ୍ୟଜୀବୀଙ୍କ ଦ୍ୱାରା ଠାବ କରାଯାଇଛି ।ସମ୍ଭବତଃ ଏହି ନିର୍ଣ୍ଣୟ ଯନ୍ତ୍ର ସମୁଦ୍ରର ଉତ୍ତାଳ ଢେଉରେ ଗଭୀର ସମୁଦ୍ରରୁ ଭାସିଆସି କୂଳ ଆଡକୁ ଆସିଛି ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅନ୍ୟ ଡ଼ଙ୍ଗା ଓ ସ୍ପିଡି ବୋଟ୍‌ରେ କୂଳକୁ ଆଣିଛନ୍ତି ।ଉଦୟପୁର ବେଳାଭୂମିକୁ ଆଗତ ପର୍ଯ୍ୟଟକମାନେ ଉକ୍ତ ଯନ୍ତ୍ରଟିକୁ ଦେଖିବା ଲାଗି ଭିଡ଼ ଜମାଇଛନ୍ତି l
ସୂଚନାନୁଯାୟୀ, ଗଭୀର ସମୁଦ୍ରରେ ଦିଗ ନିର୍ଣ୍ଣୟ କରିବାକୁ ଏହି ଯନ୍ତ୍ର ସାହାଯ୍ୟ କରିଥାଏ । ଏହା ଲୁହାରେ ନିର୍ମିତ ବଡ଼ ପେଣ୍ଡୁ ଭଳି ରହିଥିବାବେଳେ ଉପରକୁ ସୋଲାର ସିଷ୍ଟମ କରାଯାଇଥାଏ। ଏହି ସୋଲାରରୁ ଦିନରେ ସୂର୍ଯ୍ୟକିରଣ ନେଇଁ ରାତିରେ ସମୁଦ୍ରର ଆଲୋକ ଦେଖାଉଥିବାରୁ ଜାହାଜର କ୍ୟାପ୍‌ଟେନ ସମୁଦ୍ର ପଥରେ ଜାହାଜକୁ ଦୂରଦୂରାନ୍ତକୁ ନେଇଁ ଯିବାକୁ ନିରାପଦରେ ବାଟ କଢାଇ ଥାଏ ।ଗଭୀର ସମୁଦ୍ରରେ ଜାହାଜ ଦେଶର ବିଭିନ୍ନ ସ୍ଥାନକୁ ଯିବାବେଳେ ଜାହାଜର କ୍ୟାପଟେନ ଏହି ଦିଗ ନିର୍ଣ୍ଣୟ ଯନ୍ତ୍ର ( ବୟାଁ ) କୁ ଲକ୍ଷ କରି ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି।

The post ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ… appeared first on Dharitri Odia News.