ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଦିବ୍ୟଲାଲ ଛତ୍ରିଆ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଇବା ଛାଡି ବିଦ୍ୟାଳୟ ନିକଟରେ ଥିବା ଏକ ମଦ କୋଠିରେ ଖୁଲାମଖୁଲା ମଦ ଆସର ଜମାଉଛନ୍ତି । ଶିକ୍ଷକଙ୍କ ମାତାଲ ହୋଇଥିବାର ଦୃଶ୍ୟକୁ କିଛି ସ୍ଥାନୀୟ ଲୋକେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଶିକ୍ଷକ ସ୍କୁଲକୁ […] The post ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି appeared first on Dharitri Odia News.

ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଦିବ୍ୟଲାଲ ଛତ୍ରିଆ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଇବା ଛାଡି ବିଦ୍ୟାଳୟ ନିକଟରେ ଥିବା ଏକ ମଦ କୋଠିରେ ଖୁଲାମଖୁଲା ମଦ ଆସର ଜମାଉଛନ୍ତି । ଶିକ୍ଷକଙ୍କ ମାତାଲ ହୋଇଥିବାର ଦୃଶ୍ୟକୁ କିଛି ସ୍ଥାନୀୟ ଲୋକେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଶିକ୍ଷକ ସ୍କୁଲକୁ ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାହାରୁ ଆସୁଛି କହି ମଦକୋଠିରେ ବସି ମଦ ପିଉଥିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଯାହାକୁ ନେଇ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ପରିଚାଳନା କମିଟି ପକ୍ଷରୁ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବରୁ ମଧ୍ୟ ଶିକ୍ଷକ ଅନେକ ସମୟରେ ମଦ ପିଇ ସ୍କୁଲ ଆସୁଥିବା ଓ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପରିଚାଳନା କମିଟି ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କ ଉପରେ ଭରସା ତୁଟେଇ କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁ ଶିକ୍ଷକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବା ବଦଳରେ ସିଏ ମଦ କୋଠି ଓ ଗାଁ ଦାଣ୍ଡରେ ଗଡିବ ସେଭଲି ଶିକ୍ଷକଙ୍କ ଠାରୁ କଣ ଶିକ୍ଷାଲାଭ କରିବେ ଛାତ୍ରଛାତ୍ରୀ। ସେନେଇ ଉଦବେଗ ପ୍ରକାଶ ପାଇଛି। ଏଭଳି ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିତେଶ ସତନାମୀ, ତ୍ରିଲୋକ୍ୟ ସତନାମୀ, ଜଗନ୍ନାଥ ଶବର, ଭୁବନେ ଜାଲ, ପ୍ରେମଲାଲ ସତନାମୀ, ଗିରିଶ ଗ୍ରିତଲହରେ, ନାରାୟଣ ବେମାଲ, ଝଜ ପୁଝାରୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମଙ୍କ ପ୍ରତିକ୍ରିୟା ନେବାରୁ ଘଟଣାଟି ଆମ ନଜରକୁ ଆସିଛି, ଭିଡିଓ କ୍ଲିପ ମଧ୍ୟ ମୁଁ ଦେଖିଛି ଏହା ଉପରେ ବିଭାଗୀୟ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

The post ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି appeared first on Dharitri Odia News.