ଅଲ୍ ନ୍ୟୁ ହୋଣ୍ଡା ଆମେଜ୍ର ଅନାବରଣ
ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ଆମେଜ୍ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତରେ ଏହାର ନୂତନ ପିଢ଼ି ହୋଣ୍ଡୋ ଆମେଜ୍ର ବୈଶ୍ୱିକ ଶୁଭାରମ୍ଭ ହୋଇଯାଇଛି, ଯାହା ହୋଣ୍ଡା ପାଇଁ ବୈଶ୍ୱିକସ୍ତରରେ ଏକ ପ୍ରମୁଖ ବଜାର ଏବଂ ନୂଆ ମଡେଲ ଶୁଭାରମ୍ଭ କରିବାରେ ପ୍ରଥମ ରାଷ୍ଟ୍ର ହୋଇପାରିଛି। ଏ ସମ୍ପର୍କରେ ତାକୁୟା ସୁମୁରା ପ୍ରେସିଡେଣ୍ଟ ତଥା ସିଇଓ ହୋଣ୍ଡା […] The post ଅଲ୍ ନ୍ୟୁ ହୋଣ୍ଡା ଆମେଜ୍ର ଅନାବରଣ appeared first on Dharitri Odia News.
ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ଆମେଜ୍ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତରେ ଏହାର ନୂତନ ପିଢ଼ି ହୋଣ୍ଡୋ ଆମେଜ୍ର ବୈଶ୍ୱିକ ଶୁଭାରମ୍ଭ ହୋଇଯାଇଛି, ଯାହା ହୋଣ୍ଡା ପାଇଁ ବୈଶ୍ୱିକସ୍ତରରେ ଏକ ପ୍ରମୁଖ ବଜାର ଏବଂ ନୂଆ ମଡେଲ ଶୁଭାରମ୍ଭ କରିବାରେ ପ୍ରଥମ ରାଷ୍ଟ୍ର ହୋଇପାରିଛି।
ଏ ସମ୍ପର୍କରେ ତାକୁୟା ସୁମୁରା ପ୍ରେସିଡେଣ୍ଟ ତଥା ସିଇଓ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ କହିଛନ୍ତି, ଆମେ ଆମର ଅଲ୍ ନ୍ୟୁ ଆମେଜ୍ର ଉପସ୍ଥାପନକରି ଅତ୍ୟନ୍ତ ଉଲ୍ଲସିତ ମନେକରୁଛୁ। ଏପରିକି ଏହା ଏକ ସେଡାନ, ଯାହା ଷ୍ଟାଇଲିଂ, ନିରାପତ୍ତା, କନେକ୍ଟିଭିଟି, ଗାଡ଼ି ଚାଳନା ଏବଂ ସ୍ବାଚ୍ଛନ୍ଦ୍ୟ ଆଦି ସମସ୍ତ ମାନକରେ ସମସ୍ତଙ୍କଠାରୁ ଆଗରେ ରହିବାକୁ ଯାଉଛି।
ଆମେଜ୍ ସର୍ବଦା ଭାରତୀୟ ଗ୍ରାହକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି ଏବଂ ଏହି ନୂଆ ପିଢ଼ିର ମଡେଲ ସେମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ନୂଆ ଆମେଜ୍ ଏକ ନୂଆ ମାନକ ସ୍ଥାପନ କରିବ ଏବଂ ଭାରତରେ ହୋଣ୍ଡାର ପରମ୍ପରାକୁ ମଜଭୁତ କରିବା ପ୍ରକ୍ରିୟା ଜାରି ରଖିବା ନେଇ ଆମେ ଦୃଢ଼ ନିଶ୍ଚିତ ରହିଛୁ। ଏହି ଶ୍ରେଣୀରେ ପ୍ରଥମ ଥର ପାଇଁ ଆମେ ହୋଣ୍ଡା ସେନସିଂ ଆଣି ଆନନ୍ଦ ଅନୁଭବ କରୁଛୁ, ଯାହା ଆମେଜ୍ ପାଇଁ ଆମର ନିରାପତ୍ତା ଏବଂ ଡ୍ରାଇଭର ସହାୟତା ପ୍ରଯୁକ୍ତି ସମୂହର ଏକ ଉନ୍ନତ ବୈଶିଷ୍ଟ୍ୟ ହୋଇଛି।
ଏହି ଆପ୍ଲିକେଶନ ସହ ଆମେ ଭାରତରେ ଆଣୁଥିବା ଆମର ସମସ୍ତ ଗାଡ଼ିରେଏଡିଏଏସ୍ ପ୍ରଯୁକ୍ତିକୁ ବ୍ୟବହାର କରିଛୁ ଏବଂ ହୋଣ୍ଡା ଆମେଜ ଭାରତରେ ସର୍ବାଧିକ ସୁଲଭ ଏଡିଏଏସ୍ ସମର୍ଥିତ କାର ହୋଇଛି। ଏହାର ଦମ୍ଦାର ୩-ବକ୍ସ ଡିଜାଇନ ସହ ଆମେଜ୍ ଏକ ସେଡାନ ଆକାର ପ୍ରଦାନ କରୁଛି, ଯାହା ୪ମିଟର ଲମ୍ବରୁ କମ ରହିବା ସମୟରେ ଏକ ଉଚ୍ଚତର କ୍ଲାସ୍କୁ ପ୍ରତିଫଳିତ କରୁଛି। ଏହା ପ୍ରଗତିଶୀଳ ଓ କ୍ଲାସି ଭଳି ପ୍ରମୁଖ ବିଶେଷତ୍ୱକୁ ବହନ କରୁଛି ଏବଂ ଏହାର ସ୍ପୋର୍ଟି ଏକ୍ସଟେରିୟର ଡିଜାଇନ, ବିଳାସପୂର୍ଣ୍ଣ ଓ ସ୍ପେସିୟସ ଇଣ୍ଟେରିଅର, ଉନ୍ନତ ନିରାପତ୍ତା ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ସମୂହ ଏବଂ ସ୍ବାଚ୍ଛନ୍ଦ୍ୟମୂଳକ ତଥା ଭରସାଯୋଗ୍ୟ ଗାଡ଼ି ଚଢ଼ିବାର ଏକ ଆଉଟକ୍ଲାସ୍ ପ୍ରିମିୟମ ଅନୁଭୂତି ପ୍ରଦାନ କରୁଛି।
The post ଅଲ୍ ନ୍ୟୁ ହୋଣ୍ଡା ଆମେଜ୍ର ଅନାବରଣ appeared first on Dharitri Odia News.