ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେମାନେ ରତ୍ନଭଣ୍ଡାର ଚାବି ଖୋଜନ୍ତୁ: ପାଣ୍ଡିଆନ

ଭୁବନେଶ୍ଵର: ନିର୍ବାଚନୀ ରାଜନୀତିରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ତେଜିବାରେ ଲାଗିଛି ଆରୋପ-ପ୍ରତ୍ୟାରୋପ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ଏମିତିକି  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର ମଞ୍ଚରୁ  ବିଜେଡି ସରକାର ଉପରେ ଜୋରଦାର୍ ଆଟାକ୍ କରୁଛନ୍ତି । ସେପଟେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଏହାର ଜବାବ୍ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନ୍ । ଏହା ପରେ ସାମ୍ନାକୁ ଆସି ପାଲଟା ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ନେତା ।ନିର୍ବାଚନୀ ରାଜନୀତିରେ ରତ୍ନଭଣ୍ଡାର ତାତି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି । ବିଜେଡି ସରକାରକୁ ଟାର୍ଗେଟ୍ କରୁଛନ୍ତି ଜଣକ ପରେ ଜଣେ ନେତା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଭାଷଣର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଉଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଉପରେ ପ୍ରଶ୍ନ କରୁଛନ୍ତି । ଗତକାଲି ରତ୍ନଭଣ୍ଡାର ଚାବି ହଜିବା ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇତିବା ମନ୍ତବ୍ୟ ଉପରେ ଜବାବ୍ ରଖିଛନ୍ତି ବିଜେଡି ଷ୍ଟାର କ୍ୟାମ୍ପେନର ଭି.କେ.ପାଣ୍ଡିଆନ୍ ।Also read: ଟିଟିଲାଗଡ ବିଜ

ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେମାନେ ରତ୍ନଭଣ୍ଡାର ଚାବି ଖୋଜନ୍ତୁ: ପାଣ୍ଡିଆନ

ଭୁବନେଶ୍ଵର: ନିର୍ବାଚନୀ ରାଜନୀତିରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ତେଜିବାରେ ଲାଗିଛି ଆରୋପ-ପ୍ରତ୍ୟାରୋପ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ଏମିତିକି  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର ମଞ୍ଚରୁ  ବିଜେଡି ସରକାର ଉପରେ ଜୋରଦାର୍ ଆଟାକ୍ କରୁଛନ୍ତି । ସେପଟେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଏହାର ଜବାବ୍ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନ୍ । ଏହା ପରେ ସାମ୍ନାକୁ ଆସି ପାଲଟା ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ନେତା ।

ନିର୍ବାଚନୀ ରାଜନୀତିରେ ରତ୍ନଭଣ୍ଡାର ତାତି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି । ବିଜେଡି ସରକାରକୁ ଟାର୍ଗେଟ୍ କରୁଛନ୍ତି ଜଣକ ପରେ ଜଣେ ନେତା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଭାଷଣର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଉଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଉପରେ ପ୍ରଶ୍ନ କରୁଛନ୍ତି । ଗତକାଲି ରତ୍ନଭଣ୍ଡାର ଚାବି ହଜିବା ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇତିବା ମନ୍ତବ୍ୟ ଉପରେ ଜବାବ୍ ରଖିଛନ୍ତି ବିଜେଡି ଷ୍ଟାର କ୍ୟାମ୍ପେନର ଭି.କେ.ପାଣ୍ଡିଆନ୍ ।

Also read: ଟିଟିଲାଗଡ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି, ଉପହାର ବାଣ୍ଟୁଛନ୍ତି : ବିଜେଡି

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଣ୍ଡିଆନ୍ କହିଛନ୍ତି ରତ୍ନ ଭଣ୍ଡାର ଚାବି କୁଆଡ଼ ଗଲା, ପ୍ରଧାନମନ୍ତ୍ରୀ ଖୋଜିବା ଉଚିତ୍ । ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି । ସେମାନେ ଚାହିଁଲେ ରତ୍ନଭଣ୍ଡାର ଚାବି ଖୋଜି ପାରିବେ । ଏ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଜଣାଇବା ଉଚିତ୍ ବୋଲି କହିଥିଲେ ପାଣ୍ଡିଆନ୍ । ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ଜରୁରୀ ଥିବା ନିଯୁକ୍ତି, ଦରବୃଦ୍ଧି ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି କିଛି କହୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ଏଥି ସହ ପାଣ୍ଡିଆନ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ହେଲେ ବି ଧର୍ମକୁ ନେଇ ରାଜନୀତି କରନ୍ତି ନାହିଁ । ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ଧର୍ମ ରାଜନୀତି ବିଜେପିର ମୂଳ ନୀତି ବୋଲି କହିଛନ୍ତି ପାଣ୍ଡିଆନ୍ । 

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପାଣ୍ଡିଆନଙ୍କ ଉତ୍ତର ପରେ ଏହାକୁ କାଉଣ୍ଟର କରିବାକୁ ସାମ୍ନାକୁ ଆସିଛନ୍ତି ରାଜ୍ୟ ବିଜେପି ନେତା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷା ସହ କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି । ଏମିତିରେ ରତ୍ନଭଣ୍ଡାରର ଚାବି ହଜିବା ଓ ଡୁପ୍ଲିକେଟ୍ ଚାବି ମିଳିବ ଘଟଣାକୁ ନେଇ ସାଧାରଣରେ ଅନେକ ସଂଦେହ ସୃଷ୍ଟି ହୋଇଛି । ଏମିତିରେ କେହି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତାହେଲେ ଭି.କେ.ପାଣ୍ଡିଆନ୍ ସ୍ପଷ୍ଟ କରନ୍ତୁ  ରତ୍ନ ଭଣ୍ଡାର ଚାବି କେଉଁଠି ଅଛି । ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତି ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ୍ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ସମୀର ମହାନ୍ତି । 

ନିର୍ବାଚନୀ ରାଜନୀତିରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିଭିନ୍ନ ପ୍ରସଙ୍ଗକୁ ନେଇ  ପରସ୍ପରକୁ ଆଟାକ୍ ଓ କାଉଣ୍ଟର ଆଟାକ୍ କରୁଛନ୍ତି । ହେଲେ ସମସ୍ତଙ୍କ ଆକ୍ଟିଭିଟି ଉପରେ କିନ୍ତୁ ରହିଛି ଜନତା ଜନାର୍ଦ୍ଦନଙ୍କ ନଜର ।