ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା, କିଛି ଦିନ ତଳେ ବିଜେଡି ଛାଡିଥିଲେ

ଭୁବନେଶ୍ବର ୨୬।୪: ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଘର ବାହୁଡା । ବିଜେପିରେ ଯୋଗଦେଲେ ବିଧାୟକ ପର୍ଶୁରାମ ଧଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା । ବିଜେଡ଼ିରୁ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡିଥିଲେ ପର୍ଶୁରାମ । ୨୦୧୯ରେ ସୋରରେ ବିଜେଡି ଟିକେଟ୍‌ରେ ଲଢ଼ି ଜିତିଥିଲେ ପର୍ଶୁରାମ ।ତେବେ ୨୦୦୯ ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟ୍‌ରେ ପରାଜିତ ହୋଇଥିଲେ । ପରେ ବିଜେଡ଼ିରେ ଯୋଗଦେଇ ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ସୋରରୁ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏବେ ସେ ପୁଣି ବିଜେପି ଦଳରେ ଯୋଗଦେଇଛନ୍ତି । You Can Read :ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ହୁତ ହୁତ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍  

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା, କିଛି ଦିନ ତଳେ ବିଜେଡି ଛାଡିଥିଲେ

ଭୁବନେଶ୍ବର ୨୬।୪: ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଘର ବାହୁଡା । ବିଜେପିରେ ଯୋଗଦେଲେ ବିଧାୟକ ପର୍ଶୁରାମ ଧଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା । ବିଜେଡ଼ିରୁ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡିଥିଲେ ପର୍ଶୁରାମ । ୨୦୧୯ରେ ସୋରରେ ବିଜେଡି ଟିକେଟ୍‌ରେ ଲଢ଼ି ଜିତିଥିଲେ ପର୍ଶୁରାମ ।

ତେବେ ୨୦୦୯ ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟ୍‌ରେ ପରାଜିତ ହୋଇଥିଲେ । ପରେ ବିଜେଡ଼ିରେ ଯୋଗଦେଇ ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ସୋରରୁ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏବେ ସେ ପୁଣି ବିଜେପି ଦଳରେ ଯୋଗଦେଇଛନ୍ତି । 

You Can Read :

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ହୁତ ହୁତ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍