ଘରେ ଲଗାଉଛନ୍ତି କି ଏସବୁ ରଙ୍ଗ: ନିହାତି ଜାଣନ୍ତୁ
ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍, କାନ୍ଥ, ବାଡ଼, ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍ରେ ସବୁ ପ୍ରକାରର ରଙ୍ଗ ଦେଇହେବ ନାହିଁ। କେଉଁ ରୁମ୍ରେ କେଉଁ ରଙ୍ଗ ଦେଲେ ଶୁଭ ହୁଏ ଜାଣନ୍ତୁ ସେ ସମ୍ପର୍କରେ… * ପୂଜାଘର ଶାନ୍ତି ଓ ପବିତ୍ରତାର ପ୍ରତୀକ ହୋଇଥାଏ। ତେଣୁ ଏହି ଘରର ସୌନ୍ଦର୍ଯ୍ୟ ଓ ଗୁଣବତ୍ତାକୁ ଆହୁରି ବଢାଇବା ପାଇଁ ଏହି ଘରେ ହାଲ୍କା […] The post ଘରେ ଲଗାଉଛନ୍ତି କି ଏସବୁ ରଙ୍ଗ: ନିହାତି ଜାଣନ୍ତୁ appeared first on Dharitri Odia News.
ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍, କାନ୍ଥ, ବାଡ଼, ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍ରେ ସବୁ ପ୍ରକାରର ରଙ୍ଗ ଦେଇହେବ ନାହିଁ। କେଉଁ ରୁମ୍ରେ କେଉଁ ରଙ୍ଗ ଦେଲେ ଶୁଭ ହୁଏ ଜାଣନ୍ତୁ ସେ ସମ୍ପର୍କରେ…
* ପୂଜାଘର ଶାନ୍ତି ଓ ପବିତ୍ରତାର ପ୍ରତୀକ ହୋଇଥାଏ। ତେଣୁ ଏହି ଘରର ସୌନ୍ଦର୍ଯ୍ୟ ଓ ଗୁଣବତ୍ତାକୁ ଆହୁରି ବଢାଇବା ପାଇଁ ଏହି ଘରେ ହାଲ୍କା ନୀଳ, ଧଳା କିମ୍ବା ହାଲ୍କା ସବୁଜ ରଙ୍ଗ ଲଗାଇବା ଶୁଭଫଳ ପ୍ରଦାନ କରିଥାଏ। * ବାସ୍ତୁଶାସ୍ତ୍ର ଅନୁଯାୟୀ, ଲିଭିଂ ରୁମ୍ର ସକାରାତ୍ମକ ଗୁଣ ବୃଦ୍ଧି କରିବା ପାଇଁ ଏହି ରୁମ୍ରେ ଧଳା, ହଳଦିଆ, ହାଲ୍କା ନୀଳ ଅଥବା ହାଲ୍କା ସବୁଜ ରଙ୍ଗ ଲଗାଇବା ଶୁଭ ହୋଇଥାଏ। ଯେତେ ସମ୍ଭବ ଗାଢ ରଙ୍ଗର ପ୍ରୟୋଗ ଏହି ରୁମ୍ରେ ନ କରିବା ଭଲ। * ରୋଷେଇ ଘରେ ଯେହେତୁ ଅଗ୍ନି ଦେବଙ୍କର ବାସ ଥାଏ, ତେଣୁ ଏହି ଘରେ ହଳଦିଆ, ନାରଙ୍ଗୀ, ନାଲି ଅଥବା କେଶରୀୟା ରଙ୍ଗ ଲଗାଇବା ଶୁଭ ହୋଇଥାଏ। କଳା କିମ୍ବା ଅନ୍ୟ କୌଣସି ଗାଢ ରଙ୍ଗ ଏହି ଘରେ ଲଗାଇବେ ନାହିଁ। * ନବ ବିବାହିତା ଦମ୍ପତିଙ୍କ ବେଡରୁମ୍ରେ ହାଲ୍କା ଗୋଲାପୀ କିମ୍ବା ହାଲ୍କା ଲାଲ୍ ରଙ୍ଗ ଲଗାଇବା ଶୁଭ ହୋଇଥାଏ। ଆବଶ୍ୟକ କ୍ଷେତ୍ରରେ ଏହି ରୁମ୍ରେ ଅନ୍ୟ ଯେ କୌଣସି ହାଲ୍କା ରଙ୍ଗ ମଧ୍ୟ ବ୍ୟବହାର କରିହେବ। କିନ୍ତୁ ଭୁଲ୍ରେ କେବେ ବି କଳା କିମ୍ବା ଗାଢ ବାଇଗଣୀ ରଙ୍ଗ ବ୍ୟବହାର କରିବେ ନାହିଁ। ଏହା ସମ୍ପର୍କରେ ଭୁଲ୍ ବୁଝାମଣା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ।
The post ଘରେ ଲଗାଉଛନ୍ତି କି ଏସବୁ ରଙ୍ଗ: ନିହାତି ଜାଣନ୍ତୁ appeared first on Dharitri Odia News.