ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ
ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଚାଲାଣ ହେଉଥିବା ବେଳେ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଯେ, ମଙ୍ଗଳବାର ସକାଳେ ବଡକେରା ଅଞ୍ଚଳରୁ ଏକ ବଡ଼ ଆଇଚର ଗାଡିରେ ଗୋରୁ ବୋଝେଇ ହୋଇ ଆସୁଥିବାବେଳେ ଗାଡିଟିର ଯାନ୍ତ୍ରିକ ତ୍ରୁଟି ହେବାରୁ ଅଟକି ଯାଇଥିଲା। ଫଳରେ ଚାଳକ ଗାଡିଟିକୁ ଛାଡି ପଳାଇଥିଲେ। ଗ୍ରାମବାସୀ ଗାଡ଼ିରେ ଗୋରୁ ପଲ […] The post ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.
ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଚାଲାଣ ହେଉଥିବା ବେଳେ ଉଦ୍ଧାର କରାଯାଇଥିବା ଜଣାପଡିଛି।
ସୂଚନା ଯେ, ମଙ୍ଗଳବାର ସକାଳେ ବଡକେରା ଅଞ୍ଚଳରୁ ଏକ ବଡ଼ ଆଇଚର ଗାଡିରେ ଗୋରୁ ବୋଝେଇ ହୋଇ ଆସୁଥିବାବେଳେ ଗାଡିଟିର ଯାନ୍ତ୍ରିକ ତ୍ରୁଟି ହେବାରୁ ଅଟକି ଯାଇଥିଲା। ଫଳରେ ଚାଳକ ଗାଡିଟିକୁ ଛାଡି ପଳାଇଥିଲେ। ଗ୍ରାମବାସୀ ଗାଡ଼ିରେ ଗୋରୁ ପଲ ଦେଖିବା ପରେ ମହିଧରପୁର ଫାଣ୍ଡି ପୋଲିସକୁ ଖବର ଦେବା ସହ ଗାଈମାନଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଉକ୍ତ ଗାଡିକୁ ଜବଦ କରିବା ସହ ଗାଇ ଗୁଡିକୁ ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର କରାଇବା ପାଇଁ ପ୍ରୟାସ ଜାରି ରଖିଛି।
The post ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.