ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲା, ସ୍କ୍ରୁ-ଡ୍ରାଇଭରରେ ଭୁସି କରିଥିଲେ ହତ୍ୟା
ଗଜପତି ୧।୪: ଗଜପତି ଜିଲ୍ଲା ଗୁରାଣ୍ଡିଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ତ ରେଷ୍ଟସେଡ୍ ନିକଟରେ ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ । ପ୍ରେମିକର ସହାୟତାରେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ସୂଚନାଯୋଗ୍ୟ ଯେ, ବଟିସିରିପୁର ଗ୍ରାମର ଏମ.ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗରେ ଜଣେ ପିଅନ ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃଆରୀ ମାସ ୧୮ ତାରିଖରେ ତାଙ୍କ ବିବାହ କାଶୀନଗର ବ୍ଲକ କରନିଭଦ୍ର ଗ୍ରାମର କେ.ଜୟଲକ୍ଷ୍ମୀଙ୍କ ସଙ୍ଗେ ହାଇଥିଲା । ହେଲେ କେ. ଜୟଲକ୍ଷ୍ମୀଙ୍କ ବିବାହ ପୂର୍ବରୁ ଉପେନ୍ଦ୍ର ନେୟାଲ ନାମକ ଆନ୍ଧ୍ରପ୍ରଦେଶର ବତୀଲି ଗ୍ରାମର ଜଣେ ଯୁବକଙ୍କ ସହ ଗତ ଚାରି ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ବିବାହ ପରେ ମଧ୍ୟ ଜୟଲକ୍ଷ୍ମୀ ଉପେନ୍ଦ୍ର ସହ ଫୋନରେ କଥାବାର୍ତ୍ତା ହେଉଥିଲା ବିଭିନ୍ନ ସମୟରେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ । କିନ୍ତୁ ସମାନ ସୁଯୋଗ ପାଉନଥିଲେ । ହେଲେ ଗତ ୨୮ ତାରିଖ ଦିନ ସ୍ୱାମୀ ଲିଙ୍ଗରାଜଙ୍କ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ ବାଟିସିରିପୁର ଗ୍ରାମ ଅଭିମୁଖେ ବାହାରିଥିଲେ । ସେହି ସମୟରେ ଜୟଲକ୍ଷ୍ମୀ ନିଜ ପ୍ରେମିକକୁ ସମସ୍ତ ଖବର ଦେଇଥିଲେ । ନିଜ ଯାତ୍ରାର ପ୍ରତି ମୁହୂର୍ତ୍ତର ଟିକନିକ ଖବର ନିଜ ପ୍ରେମିକକୁ ଦେଉଥିଲେ । ପ୍ରେମିକ ଉପେନ୍ଦ୍ର ତୋଟିଗୁମୁଡା ରେଷ୍ଟସେଡ ନିକଟରେ ସମାନ ସୁଯୋଗକୁ ଅପେକ୍ଷା କରି ଦୁହେଁ ଗାଡ଼ିରେ ଆସୁଥିବା ସମୟରେ ଗ
ଗଜପତି ୧।୪: ଗଜପତି ଜିଲ୍ଲା ଗୁରାଣ୍ଡିଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ତ ରେଷ୍ଟସେଡ୍ ନିକଟରେ ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ । ପ୍ରେମିକର ସହାୟତାରେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ବଟିସିରିପୁର ଗ୍ରାମର ଏମ.ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗରେ ଜଣେ ପିଅନ ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃଆରୀ ମାସ ୧୮ ତାରିଖରେ ତାଙ୍କ ବିବାହ କାଶୀନଗର ବ୍ଲକ କରନିଭଦ୍ର ଗ୍ରାମର କେ.ଜୟଲକ୍ଷ୍ମୀଙ୍କ ସଙ୍ଗେ ହାଇଥିଲା । ହେଲେ କେ. ଜୟଲକ୍ଷ୍ମୀଙ୍କ ବିବାହ ପୂର୍ବରୁ ଉପେନ୍ଦ୍ର ନେୟାଲ ନାମକ ଆନ୍ଧ୍ରପ୍ରଦେଶର ବତୀଲି ଗ୍ରାମର ଜଣେ ଯୁବକଙ୍କ ସହ ଗତ ଚାରି ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ବିବାହ ପରେ ମଧ୍ୟ ଜୟଲକ୍ଷ୍ମୀ ଉପେନ୍ଦ୍ର ସହ ଫୋନରେ କଥାବାର୍ତ୍ତା ହେଉଥିଲା ବିଭିନ୍ନ ସମୟରେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ । କିନ୍ତୁ ସମାନ ସୁଯୋଗ ପାଉନଥିଲେ । ହେଲେ ଗତ ୨୮ ତାରିଖ ଦିନ ସ୍ୱାମୀ ଲିଙ୍ଗରାଜଙ୍କ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ ବାଟିସିରିପୁର ଗ୍ରାମ ଅଭିମୁଖେ ବାହାରିଥିଲେ । ସେହି ସମୟରେ ଜୟଲକ୍ଷ୍ମୀ ନିଜ ପ୍ରେମିକକୁ ସମସ୍ତ ଖବର ଦେଇଥିଲେ । ନିଜ ଯାତ୍ରାର ପ୍ରତି ମୁହୂର୍ତ୍ତର ଟିକନିକ ଖବର ନିଜ ପ୍ରେମିକକୁ ଦେଉଥିଲେ । ପ୍ରେମିକ ଉପେନ୍ଦ୍ର ତୋଟିଗୁମୁଡା ରେଷ୍ଟସେଡ ନିକଟରେ ସମାନ ସୁଯୋଗକୁ ଅପେକ୍ଷା କରି ଦୁହେଁ ଗାଡ଼ିରେ ଆସୁଥିବା ସମୟରେ ଗୋଟିଏ ସ୍କ୍ରୁଡ୍ରାଇଭର ଧରି ହଠାତ ଲିଙ୍ଗରାଜଙ୍କ ଉପରକୁ ଆକ୍ରମଣ କରିଥିଲା । ଲିଙ୍ଗରାଜ ତଳେ ପଡିଯିବା ପରେ ଉପେନ୍ଦ୍ର ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ଲିଙ୍ଗରାଜଙ୍କୁ ସାମ୍ନାପଟୁ ଛାତିକୁ ୨୫ ଥର ଭୁସିଥିବା ବେଳେ ପଛପଟୁ ୨୭ ଥର ଭୁସି ହତ୍ୟା କରିଥିଲା । ଏହାପରେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ୍, ମୁଦି ଓ ଲିଙ୍ଗରାଜଙ୍କ ବାଇକ୍ ନେଇ ଘଟଣାସ୍ଥଳରୁ ଜୟଲକ୍ଷ୍ମୀ ଓ ଉପେନ୍ଦ୍ର ଚାଲିଯାଇଥିଲେ । ଏହାପରେ ଗାଁ ଲୋକଙ୍କ ଖବର ଅନୁସାରେ ପୋଲିସ ତଦନ୍ତ ସମୟରେ ଜୟଲକ୍ଷ୍ମୀଙ୍କ ଫୋନ କଲ ରେକର୍ଡ ଓ ବିଭିନ୍ନ ପରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘଟଣାର ସତ ସାମ୍ନାକୁ ଆସିଥିଲା । ସେମାନଙ୍କ ନିକଟରୁ ଲିଙ୍ଗରାଜଙ୍କ ସୁନା ଚେନ୍, ମୁଦି, ବାଇକ୍ ଓ ହତ୍ୟାରେ ବ୍ୟବହୃତ ହୋଇଥିବା ସ୍କ୍ରୁ ଡ୍ରାଇଭର ଓ ତିନୋଟି ମୋବାଇଲ ଫୋନ୍କୁ ପୋଲିସ ଜବତ କରିଛି । ଜୟଲକ୍ଷ୍ମୀ ଓ ଉପେନ୍ଦ୍ରକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସ୍ପି ସ୍ୱାତୀ ଏସ୍ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
You Can Read :
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଅପ୍ରେଲ ୩ରୁ ଆରମ୍ଭ ହେବ ‘ପଖାଳ ଉତ୍ସବ’