ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ

ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍‌ବ୍ରୁସ୍‌ ଅଭିମୁଖେ ଯାତ୍ରା କରିଥିଲେ। ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍‌ବ୍ରୁସ୍‌ର ଶିଖରରେ ପହଞ୍ଚି ଜାତୀୟ […] The post ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ appeared first on Dharitri Odia News.

ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ

ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍‌ବ୍ରୁସ୍‌ ଅଭିମୁଖେ ଯାତ୍ରା କରିଥିଲେ। ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍‌ବ୍ରୁସ୍‌ର ଶିଖରରେ ପହଞ୍ଚି ଜାତୀୟ ପତକା ଉଡାଇଥିଲେ। ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢିବା ପରେ ତାଙ୍କ ନିଜ ଗ୍ରାମ ଓ ଜ଼ିଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ପୃଥିବୀର ଅନ୍ୟ ୬ଟି ମହାଦେଶର ୬ଟି ଉଚ୍ଚତମ ଶୃଙ୍ଗ ଯାହାକୁ ଆମେ ପୃଥିବୀର ୭ ସବମିଟ ମଧ୍ୟ କହୁଛୁ ତାକୁ ଆରୋହଣ କରିବାର ଲକ୍ଷ୍ୟ ରହିଛି ବୋଲି ରାହୁଲ କହିଛନ୍ତି।

The post ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ appeared first on Dharitri Odia News.