ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୧୦।୧୨(ଆଶିଷ ରଞ୍ଜନ ପଣ୍ଡା): ଆସନ୍ତା ୨୬ରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଇତିରେ ଯୋଗଦେବା ପାଇଁ ରାୟଗଡ଼ା ଜିଲାପାଳ ପାରୁଲ ପଟୱାରି, ଭାଜପା ଜିଲା ସଭାପତି ପଟ୍ଟନାୟକ, କାଳିରାମ ମାଝି ଏବଂ କୋରାପୁଟ ବିଧାୟକ ରଘୁରାମ ମାଛ ପ୍ରମୁଖ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି […] The post ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୧୦।୧୨(ଆଶିଷ ରଞ୍ଜନ ପଣ୍ଡା): ଆସନ୍ତା ୨୬ରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଇତିରେ ଯୋଗଦେବା ପାଇଁ ରାୟଗଡ଼ା ଜିଲାପାଳ ପାରୁଲ ପଟୱାରି, ଭାଜପା ଜିଲା ସଭାପତି ପଟ୍ଟନାୟକ, କାଳିରାମ ମାଝି ଏବଂ କୋରାପୁଟ ବିଧାୟକ ରଘୁରାମ ମାଛ ପ୍ରମୁଖ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ସୂର୍ଯ୍ୟବଂଶୀ ସୁରଜ, ବିଭୂତି ଜେନା, ରବି ନାୟକ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଚଇତି ଶୁଭ ଉଦ୍‌ଘାଟନ କରିବା ସହ ରାୟଗଡ଼ା ଜିଲାବାସୀଙ୍କୁ ସମ୍ବୋଧନ କରିବେ। ଏଥିସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିବେ ବୋଲି ଜିଲା ସଭାପତି ପଟ୍ଟନାୟକ ସୂଚନା ଦେଇଛନ୍ତି । ଭାଜପା ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଗାମୀ ଦିନରେ ଦଳର ନୂତନ ଜିଲା ସଭାପତି ପାଇଁ ସାଂଗଠନିକ ନିର୍ବାଚନ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁଡ୍‌ବୁକ୍‌ରେ ଆସିବା ପାଇଁ ଦଳରେ ନେତାମାନଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି ଅନ୍ୟପଟେ ରାଜ୍ୟରେ ଭାଜପା ସରକାର ଗଠନ କରିଥିଲେ ମଧ୍ୟ କୋରାପୁଟ ଲୋକ ସଭା ସମେତ ଏହା ଅଧୀନ ୬ଟି ବିଧାନସଭା ଆସନ କଂଗ୍ରେସ ଦଖଲରେ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି ।

The post ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.