ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଡାକ୍ତର ଗିରଫ

କଟକ : କଟକ SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା। ଅଭିଯୁକ୍ତ ଡାକ୍ତର ଦିଲବର ସିଂ ଠାକୁର ଗିରଫ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ସେପଟେ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ। ଏହି କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ରଙ୍କ ସହ ଯୁଗ୍ମ DMET ରୋମା ରତନ ଅଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବାକୁ […]

ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଡାକ୍ତର ଗିରଫ
ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଡାକ୍ତର ଗିରଫ

କଟକ : କଟକ SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା। ଅଭିଯୁକ୍ତ ଡାକ୍ତର ଦିଲବର ସିଂ ଠାକୁର ଗିରଫ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ସେପଟେ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ। ଏହି କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ରଙ୍କ ସହ ଯୁଗ୍ମ DMET ରୋମା ରତନ ଅଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବାକୁ ତନାଘନା କରୁଛି ୩ ଜଣିଆ ଟିମ Iସେପଟେ ଦୁଇ ପୀଡ଼ିତା ମହିଳା ଏବେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୁସାରେ,କଟକ ବଡ଼ଡାକ୍ତରଖାନା ହୃଦ୍‌ରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଂକର ୨ ଜଣ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଆଣିଥିଲେ । ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ । ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା । ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଯାଇଥିଲେ । ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟ ମାନେ ଜାଣିବାରୁ ଉକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳାବାଗ ଥାନାରେ ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ଅନ୍ୟପଟେ ଡାକ୍ତରଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରତି ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ।