ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ୨୦୨୫ରେ ହେବ ତୃତୀୟ ବିଶ୍ୱଯୁଦ୍ଧ !
ନୂଆଦିଲ୍ଲୀ ୦୯।୧୨: ଚିନ୍ତାର କାରଣ ପାଲଟିଛି ଭବିଷ୍ୟବାଣୀ । ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା ଭେଙ୍ଗା । ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ । ଏଥିପାଇଁ ବାକି ରହିଛି ମାତ୍ର କିଛି ମାସ । ଋଷ-ୟୁକ୍ରେନ୍ରେ ନୁହେଁ ବରଂ ମୁସଲିମ୍ ଦେଶରୁ ଆରମ୍ଭ ହେବ ଯୁଦ୍ଧ । ଏନେଇ ପୂର୍ବରୁ ଚେତାବନୀ ଦେଇଛନ୍ତି ବାବା ଭେଙ୍ଗା । ସାରା ବିଶ୍ବରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ୍-ହମାସ, ଋଷ-ୟୁକ୍ରେନ ଏବଂ ସିରିଆ ଗୃହ ଯୁଦ୍ଧ ବଢାଇଲାଣି ଟେନସନ । ଏହାକୁ ନଜରକୁ ନେଲେ ସତ ହେବାକୁ ଯାଉଛି ବାବାଙ୍କ ଭବିଷ୍ୟବାଣୀ । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ତେବେ ଏହାର ଆରମ୍ଭ ସିରିଆର ପତନରୁ ହୋଇପାରେ । ଏମିତିକି ପୂର୍ବ ଅବସ୍ଥା ଅଧିକ ଖରାପ ଆଡ଼କୁ ଗତି କରିପାରେ । ୧୩ ବର୍ଷ ପରେ ଆରମ୍ଭ ହୋଇଛି ସିରିଆରେ ବିଦ୍ରୋହ । ବର୍ତ୍ତମାନ ଚରମରେ ପହଞ୍ଚିଛି ସିରିୟା ଗୃହ ଯୁଦ୍ଧ । ଲୋକତନ୍ତ୍ର ଦାବିରେ ବିକ୍ଷୋଭ କରୁଥିବା ବିଦ୍ରୋହୀ ଗୋଷ୍ଠୀ ଦେଶର ତିନି ପ୍ରମୁଖ ସହର ଅଲେପ୍ପୋ, ହୋମ୍ସ ଏବଂ ଦାରାକୁ କବଜା କରିଛି । ଏହାରି ମଧ୍ୟରେ ରବିବାର ବିଦ୍ରୋହୀ ଗୋଷ୍ଠୀ ଦାବି କରିଛି ଯେ, ଦେଶରେ ରାଷ୍ଟ୍ରପତି ବଶର ଅଲ-ଅସଦ ଶାସନର ଅନ୍ତ ଘଟିଛି । ବିଦ୍ରୋହୀମାନେ ଦମାସକସ୍କରେ ପଶିବା ପରେ ସିରିୟା ରାଷ୍ଟ୍ରପତି ଅସଦ ଦେଶ ଛାଡ଼ି ପଳାୟନ କରିଛନ୍ତି । କୁହାଯାଉଛି ଅସଦ ରୁଷ କିମ୍ବା ତେହରାନ ଯାଇଥାଇପାରନ୍ତି। ଇସ୍ରାଏଲ-
ନୂଆଦିଲ୍ଲୀ ୦୯।୧୨: ଚିନ୍ତାର କାରଣ ପାଲଟିଛି ଭବିଷ୍ୟବାଣୀ । ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା ଭେଙ୍ଗା । ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ । ଏଥିପାଇଁ ବାକି ରହିଛି ମାତ୍ର କିଛି ମାସ । ଋଷ-ୟୁକ୍ରେନ୍ରେ ନୁହେଁ ବରଂ ମୁସଲିମ୍ ଦେଶରୁ ଆରମ୍ଭ ହେବ ଯୁଦ୍ଧ । ଏନେଇ ପୂର୍ବରୁ ଚେତାବନୀ ଦେଇଛନ୍ତି ବାବା ଭେଙ୍ଗା ।
ସାରା ବିଶ୍ବରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ୍-ହମାସ, ଋଷ-ୟୁକ୍ରେନ ଏବଂ ସିରିଆ ଗୃହ ଯୁଦ୍ଧ ବଢାଇଲାଣି ଟେନସନ । ଏହାକୁ ନଜରକୁ ନେଲେ ସତ ହେବାକୁ ଯାଉଛି ବାବାଙ୍କ ଭବିଷ୍ୟବାଣୀ । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ତେବେ ଏହାର ଆରମ୍ଭ ସିରିଆର ପତନରୁ ହୋଇପାରେ । ଏମିତିକି ପୂର୍ବ ଅବସ୍ଥା ଅଧିକ ଖରାପ ଆଡ଼କୁ ଗତି କରିପାରେ ।
୧୩ ବର୍ଷ ପରେ ଆରମ୍ଭ ହୋଇଛି ସିରିଆରେ ବିଦ୍ରୋହ । ବର୍ତ୍ତମାନ ଚରମରେ ପହଞ୍ଚିଛି ସିରିୟା ଗୃହ ଯୁଦ୍ଧ । ଲୋକତନ୍ତ୍ର ଦାବିରେ ବିକ୍ଷୋଭ କରୁଥିବା ବିଦ୍ରୋହୀ ଗୋଷ୍ଠୀ ଦେଶର ତିନି ପ୍ରମୁଖ ସହର ଅଲେପ୍ପୋ, ହୋମ୍ସ ଏବଂ ଦାରାକୁ କବଜା କରିଛି । ଏହାରି ମଧ୍ୟରେ ରବିବାର ବିଦ୍ରୋହୀ ଗୋଷ୍ଠୀ ଦାବି କରିଛି ଯେ, ଦେଶରେ ରାଷ୍ଟ୍ରପତି ବଶର ଅଲ-ଅସଦ ଶାସନର ଅନ୍ତ ଘଟିଛି ।
ବିଦ୍ରୋହୀମାନେ ଦମାସକସ୍କରେ ପଶିବା ପରେ ସିରିୟା ରାଷ୍ଟ୍ରପତି ଅସଦ ଦେଶ ଛାଡ଼ି ପଳାୟନ କରିଛନ୍ତି । କୁହାଯାଉଛି ଅସଦ ରୁଷ କିମ୍ବା ତେହରାନ ଯାଇଥାଇପାରନ୍ତି। ଇସ୍ରାଏଲ-ହାମାସ ଏବଂ ଇସ୍ରାଏଲ-ହିଜବୁଲ ମଧ୍ୟରେ ଯୁଦ୍ଧ ପରେ ମଧ୍ୟ ପୂର୍ବରେ ନୂଆ ଯୁଦ୍ଧ ଆରମ୍ଭ ହୋଇଛି । ଏହି ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଶ୍ୱକୁ ଚକିତ କରିଛି।
ବୁଲଗେରିଆର ପ୍ରସିଦ୍ଧ ବାବା ଭେଙ୍ଗା ୧୯୧୧ ମସିହାରେ ଜନ୍ମିତ ଭେଙ୍ଗା । ସେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ନେଇ କରିଥିଲେ ପୂର୍ବାନୁମାନ । କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ନେଇ ସତ ହୋଇଛି ତାଙ୍କର ଅନେକ ଭବିଷ୍ୟବାଣୀ । ଯଦି ବାବା ଭେଙ୍ଗାଙ୍କ ଦଶନ୍ଧି ପୁରୁଣା ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ଆଉ ମାତ୍ର କିଛି ମାସ ବାକି ରହିଛି ।
ବାବା ଭେଙ୍ଗା ବୁଲଗେରିଆର ବାସିନ୍ଦା ଥିଲେ। ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ସେ ପରବର୍ତ୍ତୀ ଶହଶହ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି । ତେବେ ତୃତୀୟ ବିଶ୍ୱଯୁଦ୍ଧ ନେଇ ତାଙ୍କର ଭବିଷ୍ୟବାଣୀ ଏବେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ସେ ପୂର୍ବାନୁମାନ କରିଛନ୍ତି ଯେ ସିରିଆର ପତନ ବିଶ୍ୱବ୍ୟାପୀ ବିବାଦ ସୃଷ୍ଟି କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସିରିଆର ପତନ ସହିତ ପଶ୍ଚିମ ଏବଂ ପୂର୍ବର ଶକ୍ତି ମଧ୍ୟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହେବ । ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ। ଯାହାକି ପାଶ୍ଚାତ୍ୟକୁ ଧ୍ୱଂସ କରିଦେବ। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅସଂଖ୍ୟ ଲୋକ ପ୍ରାଣ ହରାଇବେ। ଏହା ବିଶ୍ୱ ଅର୍ଥନୀତି ପାଇଁ ଏକ ଚିନ୍ତାର କାରଣ ପାଲଟିବ। ଏହା ବ୍ୟତୀତ ଭୌଗୋଳିକ ଅବସ୍ଥା କ’ଣ ହେବ ତାହା କହିବା ମଧ୍ୟ କଷ୍ଟକର ହେବ।