ବଢ଼ିଲା ନରି ପଣ୍ଡାଙ୍କ ଅଡ଼ୁଆ, ପ୍ରଯୋଜକଙ୍କ ସହ ବିବାଦ ଭିତରେ ବଏକଟ୍ କଲା ଯାତ୍ରା ମାଲିକ ସଂଘ
ଭୁବନେଶ୍ବର: ସମାଧାନ ବଦଳରେ ଅଡ଼ୁଆରେ ଫସୁଛି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ। କାରଣ ଶୁକ୍ରବାର ନରି ପଣ୍ଡାଙ୍କୁ ବଏକଟ କରିଛି ଯାତ୍ରା ମାଲିକା ସଂଘ। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ମାଲିକ ସଂଘର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେପଟେ ବଏକଟ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନରି ପଣ୍ଡା। ଜଗତସିଂହପୁରରେ ପ୍ରତିକ୍ରିୟା ରଖି ନରି କହିଛନ୍ତି ‘ନ୍ୟାୟ ନପାଇବା ଯାଏ ସଂଗ୍ରାମ ଜାରି ରହିବ। କଳାକାର ସଂଘ ମୋ ସପକ୍ଷରେ ଅଛି। ସେମାନଙ୍କ ବଏକଟ ପୂର୍ବରୁ ମୁଁ ନିଷ୍ପତ୍ତି ଘୋଷଣା କରିଛି। ନ୍ୟାୟ ନପାଇବା ଯାଏ ଅଭିନୟ କରିବିନି।’ ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା
ଭୁବନେଶ୍ବର: ସମାଧାନ ବଦଳରେ ଅଡ଼ୁଆରେ ଫସୁଛି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ। କାରଣ ଶୁକ୍ରବାର ନରି ପଣ୍ଡାଙ୍କୁ ବଏକଟ କରିଛି ଯାତ୍ରା ମାଲିକା ସଂଘ। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ମାଲିକ ସଂଘର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ସେପଟେ ବଏକଟ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନରି ପଣ୍ଡା। ଜଗତସିଂହପୁରରେ ପ୍ରତିକ୍ରିୟା ରଖି ନରି କହିଛନ୍ତି ‘ନ୍ୟାୟ ନପାଇବା ଯାଏ ସଂଗ୍ରାମ ଜାରି ରହିବ। କଳାକାର ସଂଘ ମୋ ସପକ୍ଷରେ ଅଛି। ସେମାନଙ୍କ ବଏକଟ ପୂର୍ବରୁ ମୁଁ ନିଷ୍ପତ୍ତି ଘୋଷଣା କରିଛି। ନ୍ୟାୟ ନପାଇବା ଯାଏ ଅଭିନୟ କରିବିନି।’
ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି।
ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଥିଲେ ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି। ମାଡ଼ ମରାଯିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଟଙ୍କା ନେଇଛନ୍ତି କାମ କରିବା ପାଇଁ ସେ କାମ କରନ୍ତୁ ନହେଲେ ସେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ।