5G ଯୁଗରେ ନେଟୱର୍କ ପ୍ରୋବ୍ଲେମ, ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବକ

ଧର୍ମଗଡ଼: ଉପାନ୍ତରେ କନ୍ଦାଉଛି ନେଟୱର୍କ। ଏବେ 2ଜି ବଦଳରେ ଲୋକେ 5ଜି ଦେଖିଲେଣି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା... The post 5G ଯୁଗରେ ନେଟୱର୍କ ପ୍ରୋବ୍ଲେମ, ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବକ appeared first on .

5G ଯୁଗରେ ନେଟୱର୍କ ପ୍ରୋବ୍ଲେମ, ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବକ

ଧର୍ମଗଡ଼: ଉପାନ୍ତରେ କନ୍ଦାଉଛି ନେଟୱର୍କ। ଏବେ 2ଜି ବଦଳରେ ଲୋକେ 5ଜି ଦେଖିଲେଣି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଏବେବି ନେଟୱର୍କ ସାତ ସପନ ପାଲଟିଛି । କିଏ ହାତରେ ମୋବାଇଲ୍ ଧରି ପଥର ଉପରେ ଠିଆହୋଇ ନେଟୱର୍କ ଖୋଜୁଛି ତ ଆଉ କିଏ ଗଛରେ ଚଡ଼ି ଯାଉଛି।

ଉପାନ୍ତରେ କନ୍ଦାଉଛି ନେଟୱର୍କ । 5G ଯୁଗରେ ନେଟୱର୍କ ପ୍ରୋବ୍ଲେମ। କିଏ ହାତରେ ମାବାଇଲ ଧରି ପଥର ଉପରେ ଠିଆହୋଇ ନେଟୱର୍କ ଖୋଜୁଛି ତ ଆଉ କିଏ ଗଛରେ ଚଢିଯାଉଛି। କଳାହାଣ୍ଡି କୋକସରା ବ୍ଲକ ଖଲିଗଡ ଗାଁରୁ ଆସିଛି ଏଭଳି ଖବର । ଗାଁରେ ତିଆରି ହୋଇଛି ମୋବାଇଲ ଟାୱାର । ହେଲେ ଟାୱର କାର୍ଯ୍ଯକ୍ଷମ ହୋଇପାରୁନି। ଯେଉଁଥିପାଇଁ  ଗାଁରେ ଲାଗିରହିଛି ନେଟୱର୍କ ସମସ୍ଯା। କାହା ଘର ଆଗରେ ଖୁଣ୍ଟି ମାରି ମୋବାଇଲ ଟଙ୍ଗା ଯାଇଛି ତ କିଏ ନେଟୱର୍କ ଖୋଜି ଖୋଜି ଗଛ ଉପରେ ଚଢ଼ିଯାଇଛି। କିଛି ଲୋକେ ଘରର ଛାତ ଉପରେ ମୋବାଇଲ ନେଟୱର୍କ ଖୋଜୁଛନ୍ତି। ଏମିତି ନେଟୱର୍କ ଖୋଜି ଖୋଜି ନାକେଦମ ହେଲେଣି ଲୋକେ।

ଗର୍ଭବତୀ ମାଆଙ୍କ ପ୍ରସୂତୀ ବେଦନା ସମୟରେ ଆଶା ଦିଦି ଆମ୍ବୁଲାନ୍ସ ପାଇଁ ହେଉ, କିମ୍ବା ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ, ଅଙ୍ଗନବାଡି ଦିଦି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବା ପାଇଁ ଗାଁର କିଛି ଦୂରରେ ଥିବା ପାହାଡ଼ ଉପରେ ଚଢୁଛନ୍ତି। ଗାଁର ସମସ୍ୟାକୁ ନେଇ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ଗାଁରେ ଭାରତୀୟ ଦୂର ସଂଚାର ପକ୍ଷରୁ ଏକ ଟାୱାର ନିର୍ମାଣ ହୋଇଛି l ଯାହା ଏପର୍ଯ୍ଯନ୍ତ କାର୍ଯ୍ୟକ୍ଷମ ନହୋଇପାରିବାରୁ ଲୋକେ ଅସୁବିଧାର ସ୍ମୁଖୀନ ହେଉଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ କରାଯିବାର ଲକ୍ଷ ରହିଥିବାବେଳେ କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀଙ୍କ ପାଇଁ ଇଣ୍ଟରନେଟ ତ ଦୂରର କଥା ମୋବାଇଲ ସିଗ୍ନାଲ ସାତ ସପନ ହୋଇପଡିଛି । କେବେ ଏହି ଗ୍ରାମବାସୀଙ୍କ ଦୁଃଖ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।

The post 5G ଯୁଗରେ ନେଟୱର୍କ ପ୍ରୋବ୍ଲେମ, ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବକ appeared first on .