କମିଶନରେଟ ପୋଲିସ ହାତରେ ୨ ଚୋରା ବନ୍ଧୁକ ବେପାରୀ
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସକୁ ସଫଳତା I ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ । ସେମାନଙ୍କ ନିକଟରୁ ୫ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ ହୋଇଛି I ସେ ଗୁଡିକ ମଧ୍ୟରୁ ୪ ଟି ୭’୬୫ଏମଏମ ର ବନ୍ଧୁକ ସହ ୨୦ ରାଉଣ୍ଡ ଗୁଳି ଏବଂ ଗୋଟିଏ ୯ ଏମଏମର ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ […]

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସକୁ ସଫଳତା I ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବନ୍ଧୁକ ମାଫିଆ । ସେମାନଙ୍କ ନିକଟରୁ ୫ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ ହୋଇଛି I ସେ ଗୁଡିକ ମଧ୍ୟରୁ ୪ ଟି ୭’୬୫ଏମଏମ ର ବନ୍ଧୁକ ସହ ୨୦ ରାଉଣ୍ଡ ଗୁଳି ଏବଂ ଗୋଟିଏ ୯ ଏମଏମର ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ I ଏହା ସହିତ ଗୋଟିଏ ମୋବାଇଲ ଓ ଗାଡି ଜବତ ହୋଇଛି Iଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିସନର୍ ସଂଜୀବ ପଣ୍ଡା ।
ଏହି ୨ ଅପରାଧୀ ହେଲେ ସୁରଜ୍ ପରିଡ଼ା,ତପଧର ନାୟକ । ସୁରଜ୍ ପରିଡ଼ା ଜଣେ ଡିପ୍ଲୋମା ଇଂଜିନିୟର ଏବଂ ତାଙ୍କ ଘର ଖଣ୍ଡଗିରି ସରକନ୍ତରାରେ । ସେହିପରି ତପଧର ନାୟକ ମାଟ୍ରିକ ପାସ କରିଥିବାବେଳେ ତାଙ୍କ ଘର ସୋର ବାଲେଶ୍ବର ଜିଲ୍ଲାରେ । ଏହି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ କମିଶନରେଟ ପୋଲିସ I
ଚୋରା ବନ୍ଧୁକ କାରବାର ସମ୍ପର୍କରେ ସୁରାକ ପାଇ ତମାଣ୍ଡ, ହଂସପାଳ ,ସରକନ୍ତରା ୩ ଟି ଜାଗାରେ ରେଡ କରିଥିଲା ପୋଲିସ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଖୁଣ୍ଟିଆ ଫୋରାର ଅଛି । ତା ଘରୁ ୩ଟି ବନ୍ଧୁକ ଜବତ ହୋଇଛି Iପୂର୍ବରୁ ବନ୍ଧୁକ ରଖି ସୁବ୍ରତ ଖୁଣ୍ଟିଆର ବଡ଼ ଭାଇ ସଞ୍ଜୟ ଖୁଣ୍ଟିଆ ଗିରଫ ହେଇଥିଲା । ୨୦୨୩ ମସିଆରେ କଟକ ଭୁବନେଶ୍ବରରେ ୩୮ ଟି ବନ୍ଧୁକ ୨୦୨୪ ରେ ୧୭ ଟି ବନ୍ଧୁକ ଜବତ କରାଯାଇଛି ।