ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି…
ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ ଆକାଉଣ୍ଟ କରିବାକୁ ଯାଉଛି। ଏହି ଫିଚର୍ସ ଦ୍ୱାରା ଆକାଉଣ୍ଟରେ ପ୍ରାଇଭେସ୍ ପ୍ରୋଟେକ୍ସନ ବଢିବା ସହ ଅଭିଭାବକଙ୍କ ନିୟନ୍ତ୍ରଣକୁ ମଧ୍ୟ ଆସିବ। ମଙ୍ଗଳବାର ମେଟା କହିଛି, ୧୮ବର୍ଷରୁ କମ୍ ପିଲାଙ୍କ ଇନଷ୍ଟା ଆକାଉଣ୍ଟ ସ୍ବୟଂ ଚାଳିତ ଭାବେ ଟିନ୍ ଆକାଉଣ୍ଟ ବିଭାଗରେ ରଖାଯିବ। ଯାହାଦ୍ୱାରା ଏହି ଆକାଉଣ୍ଟର ୟୁଜର୍ସ କେବଳ ସେ ଫଲୋ କରୁଥିବା […] The post ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି… appeared first on Dharitri Odia News.
ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ ଆକାଉଣ୍ଟ କରିବାକୁ ଯାଉଛି। ଏହି ଫିଚର୍ସ ଦ୍ୱାରା ଆକାଉଣ୍ଟରେ ପ୍ରାଇଭେସ୍ ପ୍ରୋଟେକ୍ସନ ବଢିବା ସହ ଅଭିଭାବକଙ୍କ ନିୟନ୍ତ୍ରଣକୁ ମଧ୍ୟ ଆସିବ। ମଙ୍ଗଳବାର ମେଟା କହିଛି, ୧୮ବର୍ଷରୁ କମ୍ ପିଲାଙ୍କ ଇନଷ୍ଟା ଆକାଉଣ୍ଟ ସ୍ବୟଂ ଚାଳିତ ଭାବେ ଟିନ୍ ଆକାଉଣ୍ଟ ବିଭାଗରେ ରଖାଯିବ।
ଯାହାଦ୍ୱାରା ଏହି ଆକାଉଣ୍ଟର ୟୁଜର୍ସ କେବଳ ସେ ଫଲୋ କରୁଥିବା ଲୋକଙ୍କୁ ମେସେଜ ଓ ଟ୍ୟାଗ୍ କରିପାରିବେ। ସେଟିଂରେ ଥିବା ସମ୍ବେଦନଶୀଳ କଣ୍ଟେଣ୍ଟେକୁ କେବଳ ପ୍ରତିବନ୍ଧତ୍ମାକ ରୂପରେ ବ୍ୟବହାର କରିହେବ। ୧୬ବର୍ଷରୁ କମ୍ ବୟସର ୟୁଜର୍ସ ନିଜ ଅଭିଭାବକଙ୍କ ଅନୁମତିରେ ଡିଫଲ୍ଟ ସେଟିଂ ପରିବର୍ତ୍ତନ କରିପାରିବେ। ଏନେଇ ଅଭିଭାବକଙ୍କ ପାଇଁ ଏକ ଫିଚର୍ସ ମଧ୍ୟ ଉପଲବ୍ଧ ରହିବ। ଯେଉଁଥିରେ ସେ ନଜର ରଖିପାରିବେ।
The post ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି… appeared first on Dharitri Odia News.