ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ

ପୁଣି ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ସକାଳ ୧୦.୩୧ ମିନିଟରେ କଶ୍ମୀର ଘାଟିରେ ଭୂମିକମ୍ପ ଆସିଛନ୍ତି ସୂଚନା ମିଳିଛି । ଏହାଛଡା ଲଦାଖର କିଛି ଅଞ୍ଚଳ ମଧ୍ୟରେ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି । ସୋମବାର ଅପରାହ୍ନରେ ହିମାଳୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ସୋମବାର ରାତିରେ ଚୀନର […] The post ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ appeared first on KNews Odisha.

ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ
Beauty-of-Kashmir

ପୁଣି ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ସକାଳ ୧୦.୩୧ ମିନିଟରେ କଶ୍ମୀର ଘାଟିରେ ଭୂମିକମ୍ପ ଆସିଛନ୍ତି ସୂଚନା ମିଳିଛି । ଏହାଛଡା ଲଦାଖର କିଛି ଅଞ୍ଚଳ ମଧ୍ୟରେ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି । ସୋମବାର ଅପରାହ୍ନରେ ହିମାଳୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ସୋମବାର ରାତିରେ ଚୀନର ଉତ୍ତର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଆସିଥିଲା ।

ଜମ୍ମୁ କଶ୍ମୀର ଏବଂ ଲଦାଖରେ ପାଖାପାଖି ୪ ଥର ଭୂକମ୍ପ ଝଟକା ଲାଗିବାରୁ ସ୍ଥାନୀୟ ଲୋକ ଭୟରେ ରହିଛନ୍ତି । ତେବେ ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଖବର ମିଳିଛି । ସୋମବାର ୩ଟା ୪୮ ମିନିଟରେ ଆସିଥିବା ଭୂକମ୍ପର ତୀବ୍ରତା ୫.୭ ରହିଥିଲା ।

ଚୀନରେ ଶକ୍ତିଶାଳୀ ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିବା ରେକର୍ଡ ହୋଇଛି। ଫଳରେ ଏବେ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାନସୁରେ ଭୂକମ୍ପ ହୋଇଛି । ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ କୋଠା ଭୁଶୁଡି ପଡ଼ିଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଚୀନର ଗାନସୁରେ ୪୭୦୦ ଘର ନଷ୍ଟ ହୋଇଯାଇଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଫସିରହିଛନ୍ତି ଶହଶହ ଲୋକ । ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗତ ବର୍ଷ ସେପ୍ଟେମ୍ବରରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୮ ରେ ଚୀନ୍ ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପ ଘଟିଥିଲା।

The post ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ appeared first on KNews Odisha.