ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା

ଆଡିଲେଡ,୩।୧୨:ଅଷ୍ଟ୍ରେଲିଆର ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଭାବେ ନଜର ଆସିବେ ରୋହିତ ଶର୍ମା। ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଅନୁଷ୍ଠିତ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ରୋହିତ ପ୍ରଶଂସକଙ୍କ ସହ ନଜର ଆସିଥିଲେ। ଏହି ସମୟରେ ହିଟ୍‌ମ୍ୟାଚ୍‌ ଜଣେ ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲେ। ବିସିସିଆଇ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଶୟାର କରିଛି। ଭିଡିଓରେ […] The post ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା appeared first on Dharitri Odia News.

ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା

ଆଡିଲେଡ,୩।୧୨:ଅଷ୍ଟ୍ରେଲିଆର ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଭାବେ ନଜର ଆସିବେ ରୋହିତ ଶର୍ମା। ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଅନୁଷ୍ଠିତ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ରୋହିତ ପ୍ରଶଂସକଙ୍କ ସହ ନଜର ଆସିଥିଲେ। ଏହି ସମୟରେ ହିଟ୍‌ମ୍ୟାଚ୍‌ ଜଣେ ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲେ।
ବିସିସିଆଇ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଶୟାର କରିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ରୋହିତ ଶର୍ମା ପ୍ରଶଂସକଙ୍କୁ ଅଟୋଗ୍ରାଫ ଦେଉଛନ୍ତି। ପ୍ରଶଂସକ ରୋହିତ ଶର୍ମାଙ୍କଠାରୁ ଅଟୋଗ୍ରାଫ ମାଗୁଥିଲେ। ଜଣେ ପ୍ରଶଂସକ ଗତ ୧୦ ବର୍ଷ ଧରି ହିଟମ୍ୟାନଙ୍କ ଅଟୋଗ୍ରାଫ ପାଇଁ ଅପେକ୍ଷା କରିଥିଲେ। ତା’ପରେ ଶେଷରେ ପ୍ରଶଂସକଙ୍କ ଅପେକ୍ଷା ସମାପ୍ତ ହେଲା। ବିସିସିଆଇ ଭିଡିଓର କ୍ୟାପସନରେ ଲେଖାଥିଲା, ଏକ ଦଶନ୍ଧିର ଅପେକ୍ଷା ଶେଷରେ ଶେଷ ହୋଇଛି। ଜଣେ ପ୍ରଶଂସକ ରୋହିତ ଶର୍ମାଙ୍କ ଅଟୋଗ୍ରାଫ ପାଇଁ ୧୦ ବର୍ଷ ଅପେକ୍ଷା କରିଥିଲେ ଏବଂ ଗତକାଲି ତାଙ୍କର ଭାଗ୍ୟବାନ ଦିନ ଥିଲା।
ପର୍ଥ ଟେଷ୍ଟ ମଝିରେ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆରେ ପାଦ ଦେବା ମାତ୍ରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଦଳ କାନବେରାଠାରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଦୁଇ ଦିନିଆ ୱାର୍ମ ଅପ ମ୍ୟାଚ ଖେଳିଥିଲେ। ମ୍ୟାଚର ପ୍ରଥମ ଦିନ ବର୍ଷା ପାଇଁ ଧୋଇ ଯାଇଥିଲା। ତେବେ ଦ୍ୱିତୀୟ ଦିନରେ ୪୬-୪୬ ଓଭରର ଏକ ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର ୩ ରନ ସ୍କୋର କରି ଆଉଟ ହୋଇଥିଲେ।

 

 

The post ପ୍ରଶଂସକଙ୍କ ୧୦ ବର୍ଷର ଅପେକ୍ଷା ଶେଷ କଲେ ରୋହିତ ଶର୍ମା appeared first on Dharitri Odia News.