ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ
ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ପୋଷ୍ଟର ବିବାଦ ନୁହେଁ, କେବଳ ଦଳ ପରିବର୍ତ୍ତନ ପାଇଁ ହତ୍ୟା କରାଯାଇଛି। ମୋ ସ୍ବାମୀ ବିଜେଡିରେ ଥିଲେ, ଭାଜପାରେ ମିଶିବାରୁ ଏପରି କାଣ୍ଡ ଘଟିଛି। ମୁଖ୍ୟ ଅଭିଯୁକ୍ତ ଦୈତାରୀଙ୍କୁ ଫାଶି ଦିଆଯାଉ, ନଚେତ ମୁଁ ତାକୁ ହାଣିବି। ମୋର ଆଉ କିଛି ନାହିଁ, ସବୁ ସରିଗଲା। ଏବେ ନ୍ୟାୟ […] The post ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ appeared first on Dharitri Odia News.
ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ପୋଷ୍ଟର ବିବାଦ ନୁହେଁ, କେବଳ ଦଳ ପରିବର୍ତ୍ତନ ପାଇଁ ହତ୍ୟା କରାଯାଇଛି। ମୋ ସ୍ବାମୀ ବିଜେଡିରେ ଥିଲେ, ଭାଜପାରେ ମିଶିବାରୁ ଏପରି କାଣ୍ଡ ଘଟିଛି।
ମୁଖ୍ୟ ଅଭିଯୁକ୍ତ ଦୈତାରୀଙ୍କୁ ଫାଶି ଦିଆଯାଉ, ନଚେତ ମୁଁ ତାକୁ ହାଣିବି। ମୋର ଆଉ କିଛି ନାହିଁ, ସବୁ ସରିଗଲା। ଏବେ ନ୍ୟାୟ ଚାହୁଁଛି ବୋଲି ଗଣମାଧ୍ୟମକୁ କହିଛନ୍ତି।
The post ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ appeared first on Dharitri Odia News.