କରୁଥିଲେ କଳାବଜାରୀ ଆଳୁ କିଲୋ ୫୦, ପିଆଜ ୭୦: ହଠାତ୍ ଛତ୍ରବଜାର ସବୁ ଦୋକାନରେ ପଶିଲା ଯୋଗାଣ ବିଭାଗ
କଟକ,୨୨।୧୦: ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍ ବଢ଼ିଛି। କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି। ଅନ୍ୟପକ୍ଷେ ଏହି ଖବର ପ୍ରସାର ପରେ କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। […] The post କରୁଥିଲେ କଳାବଜାରୀ ଆଳୁ କିଲୋ ୫୦, ପିଆଜ ୭୦: ହଠାତ୍ ଛତ୍ରବଜାର ସବୁ ଦୋକାନରେ ପଶିଲା ଯୋଗାଣ ବିଭାଗ appeared first on Dharitri Odia News.
କଟକ,୨୨।୧୦: ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍ ବଢ଼ିଛି। କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି।
ଅନ୍ୟପକ୍ଷେ ଏହି ଖବର ପ୍ରସାର ପରେ କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ସାମଗ୍ରୀ ମହଜୁଦ ସହ କଳାବଜାରୀ ନେଇ ଯାଞ୍ଚ ଚାଲିଛି। ସୋମବାର ସକାଳେହୋଲସେଲ ବ୍ୟବସାୟୀ ଆଳୁ କେଜି ପ୍ରତି ୨୮ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବ୍ୟବସାୟୀ ୩୦ର ୩୫ଟଙ୍କାରେ ବିକ୍ରି କରୁଥିଲେ। ତେବେ ସନ୍ଧ୍ୟାରେ ଖୁଚୁରା ବ୍ୟବସାୟୀ ଆଳୁ କେଜି ୬୦ରୁ ୭୦ଟଙ୍କା ଏବଂ ପିଆଜ କେଜି ୭୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
The post କରୁଥିଲେ କଳାବଜାରୀ ଆଳୁ କିଲୋ ୫୦, ପିଆଜ ୭୦: ହଠାତ୍ ଛତ୍ରବଜାର ସବୁ ଦୋକାନରେ ପଶିଲା ଯୋଗାଣ ବିଭାଗ appeared first on Dharitri Odia News.