ଚେକ୍ ବାଉନ୍ସ ହେଲାରୁ ୧୪ ଲକ୍ଷ ଜରିମାନା, ବର୍ଷେ ଜେଲ
ବୈଶିଙ୍ଗା, ୩।୩(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ଜେଏମ୍ଏଫସିରେ ଏକ ଚେକ ବାଉନ୍ସ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ଷେ କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ତେବେ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୨୧ ମସିହାରେ ଏତଲାକାରୀ ବେତନଟୀର ଲକ୍ଷ୍ମୀନାରାୟଣ ସାହୁ ବହି ଓ ଅଫିସ ଷ୍ଟେସନାରୀ ହୋଲସେଲ ବ୍ୟବସାୟ କରୁଥିବା ଯୋଗୁ ବାଲେଶ୍ବର ଜିଲା ନୀଳଗିରି […] The post ଚେକ୍ ବାଉନ୍ସ ହେଲାରୁ ୧୪ ଲକ୍ଷ ଜରିମାନା, ବର୍ଷେ ଜେଲ appeared first on Dharitri Odia News.
ବୈଶିଙ୍ଗା, ୩।୩(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ଜେଏମ୍ଏଫସିରେ ଏକ ଚେକ ବାଉନ୍ସ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ଷେ କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ତେବେ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୨୧ ମସିହାରେ ଏତଲାକାରୀ ବେତନଟୀର ଲକ୍ଷ୍ମୀନାରାୟଣ ସାହୁ ବହି ଓ ଅଫିସ ଷ୍ଟେସନାରୀ ହୋଲସେଲ ବ୍ୟବସାୟ କରୁଥିବା ଯୋଗୁ ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳର ରାଜେଶ କୁମାର ଆଚାର୍ଯ୍ୟଙ୍କୁ ଜିନିଷପତ୍ର ଯୋଗାଇ ଆସିଥାନ୍ତି। ପ୍ରତିବଦଳରେ ରାଜେଶ ଦେଇଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୨ ଲକ୍ଷ ୨୭ ହଜାର ୮୦୦ ଟଙ୍କାର ଚେକ ବ୍ୟାଙ୍କରେ ଜମା କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାକୁ ନେଇ ଲକ୍ଷ୍ମୀନାରାୟଣ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ମାମଲା(ନଂ.୩୧/୨୦୨୧) ରୁଜୁ କରାଯାଇ ବିଚାର ଚାଲିଥିଲା।
The post ଚେକ୍ ବାଉନ୍ସ ହେଲାରୁ ୧୪ ଲକ୍ଷ ଜରିମାନା, ବର୍ଷେ ଜେଲ appeared first on Dharitri Odia News.